Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ଜୟ ଜୟ ମୋ ଭାରତ

ଜୟ ଜୟ ମୋ ଭାରତ

1 min
6.8K


ସବୁଜ ସୁନ୍ଦର ଚିର ବନ୍ଦନୀୟା

ସ୍ଵର୍ଣ୍ଣପ୍ରସୂ ଏ ଭାରତ,

ବୀରପ୍ରସବିନୀ କୋଟି ସୁତ ମାତା

ଦେଶ ମଧ୍ୟରେ ପ୍ରଖ୍ୟାତ।

ଯାହା ନାହିଁ ଏହି ମରତ ଭୂଇଁରେ

ସାଇତା ଥାଏ ଭାରତେ,

ମଣି ମୁକ୍ତା, ଖଣି, ଐଶ୍ୱର୍ଯ୍ୟ ମୋହରେ

ଲୁଣ୍ଠନ କଲେ କେତେ କେତେ।

ପାରିଲେନି ଜିତି ହାରିଗଲେ ଏଠି

ପରାଜୟ ଟିକା ନେଇ,

କଳା ପାହାଡ଼ ଠୁଁ ଇଂରେଜ ଯାଏ

ଦେଲେ ତାଙ୍କୁ ଘଉଡ଼ାଇ।

ପରାଧୀନ ଥିଲୁ ହୋଇଲୁ ସ୍ଵାଧୀନ

ଯୋଗ୍ୟ ଦାୟାଦଙ୍କ ପାଇଁ,

ତାଙ୍କ ଋଣ କେବେ ଶୁଝି ହେବ ନାହିଁ

ଅବା କିଛି ମୂଲ ଦେଇ।

ଗଙ୍ଗା ଯାହାର ଚରଣ ପଖାଳେ

ହିମାଳୟ ଯା ମୁକୁଟ,

ସେ ବୀରା ଜନନୀ ସନ୍ତାନ ମୁହିଁ

ଗାଇବି ତା ଗାନ ଜୟ।

ଜୟ ଭାରତ, ଜୟ ତ୍ରିରଙ୍ଗା

ଜୟ ଜୟ ମୋ ଉତ୍କଳ,

ବନ୍ଦନା କରନ୍ତି ନଦ ନଦୀ ଏଠି

ଦେଇ ଧ୍ଵନି କଳକଳ।

ଜୟ ଜୟ ମୋ ଉତ୍କଳ।

ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in

Similar oriya poem from Inspirational