ନୀଳ ମାନସ
ନୀଳ ମାନସ
1 min
13.7K
ଆଉ ଯଦି କିଛି ରହିଗଲା ଶେଷ
ଯେବେ ତୁ ପାରିବୁ ଶତବାର ଦଂଶ
ରହିବନି ମନେ ତିଳେ ଅବଶୋଷ
ଜରିଛି ମୋ ଠାରେ ହଳାହଳ ବିଷ ।
ଜର୍ଜରିତ କାୟେ ତକ୍ଷକର ବିଷ
ରହିଅଛି ଭରି ଜାଗତିକ ରୋଷ
ମରିଗଲେ ଥରେ ଆଉ କି ବିରସ
ନୀଳକଣ୍ଠ ତନୁ ମୁଁ ନୀଳ ମାନସ ।
ମିଥ୍ୟା ପ୍ରବଞ୍ଚନା ପ୍ରତାରଣା କ୍ଲେଶ
ଉପଶମ ହେବ ବୋଲି କିବା ଲେଶ
ବହି ଚାଲିଥିବି ବହୁରୂପୀ ବେଶ
ରୁଦ୍ଧ କଣ୍ଠେ କେତେ ମେଣ୍ଟାଇବି ଶୋଷ ।
ଭାରି ଲାଗିଲାଣି ମୋ ନିଜ ନିଶ୍ବାସ
ପ୍ରତେ ପାଇଁ ଲାଗେ ଉଣା ଏ ମଣିଷ
ହଜାଇ ସାରିଛି ମୋ ମନ ଉଲ୍ଲାସ
ପ୍ରାଣ ଉଡିଗଲେ ହେବ କି ଉଶ୍ବାସ ।
ମଉଳିଛି ହସ ତନୁ ମନୁ ରସ
ବାର ବାର ଦଂଶି ଲଭିବ କି ଯଶ
ମୃଣ୍ମୟ କଳସ ମୁଁ ବିଷ ପୁରୁଷ
ଶୀଷେ ମୋ ପରଶ ମୁଁ ନୀଳ ମାନସ ।