Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ପ୍ରିୟ ସାଙ୍ଗ ବିଭୀଷଣ ପାଇଁ କନ୍ୟା ଅନ୍ୱେଷଣ

ପ୍ରିୟ ସାଙ୍ଗ ବିଭୀଷଣ ପାଇଁ କନ୍ୟା ଅନ୍ୱେଷଣ

1 min
6.7K


ପ୍ରିୟ ସାଙ୍ଗ ବିଭୀଷଣ ପାଇଁ କନ୍ୟା ଅନ୍ୱେଷଣ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦିନେ ମୋ ପ୍ରିୟ ସାଙ୍ଗ ବିଭୀଷଣ

ରାଗିଯାଇଥିଲା ମୋ ଉପରେ ଭୀଷଣ ।

ଆଖି ନାଲି, ମୁହଁ ରାଗେ ଫଣଫଣ

ଦେଖି ମୋତେ ଛାଡ଼ିଲା ବିଷର ବାଣ ।

ସାରା ଦୁନିଆଟାକୁ ଦେଉଛୁ ଛାଣି

ମୋ ମନକଥାଟା ପାରୁନୁ ଜାଣି ।

ଉପାୟ କ’ଣ ସାଙ୍ଗ ହୁଅନା ଟାଣି

ଏ ଯୁଗର ଅଜବ କାହାଣୀ ।

ନିଜେ ନିଜେ ହୋଇଯାଉଛନ୍ତି ସେଟିଙ୍ଗ୍

ଆଉ ମିଳୁନାହାନ୍ତି କନ୍ୟା, କଲେ ଭିଜିଟିଂ ।

ପ୍ରିୟ ସାଙ୍ଗ ବିଭୀଷଣ ସୁମେରୁ ପର୍ବତ

ପୁଣି ତ ଦରକାର ଗଣ୍ଡି  ଐରାବତ ।

ହାତକୁ ଦି’ହାତ ହେବା ପାଇଁ ମନ

ନିତି କଲେଜ୍ ଛକରେ ହେଉଛି କନକନ ।

ଆଉ ସମ୍ଭାଳିପାରିଲାନି ମୋ ମନ

ଲାଗିପଡ଼ିଲି କରିବାକୁ କନ୍ୟା ଅନ୍ୱେଷଣ ।

ମିଡିଏଟର୍ ହାବୁଡ଼ରେ ଗଲି ପଡ଼ି

କହିଲା କରିଦେବି ସାଙ୍ଗ ପାଇଁ ଯୋଡ଼ି

୧୦% ଦେବା ପାଇଁ ହୋଇଯାଅ ରେଡି ।

ଯେଉଁଠି ଛିଣ୍ଡିଯାଏ ସବୁ ତାରର କନେକ୍ସନ୍

ପାରି କରିଦିଏ ମିଡିଏଟର୍ ନେଇ କମିସନ୍ ।

କମିସନ୍ ର ମହତ୍ତ୍ୱ ଏବେ ପାରୁଥିଲି ବୁଝି

ବିଭୀଷଣ ଋଣ ସବୁ ଦେବି ସୁଝି ।

ଗଲେ ଯାଉ ପଛେ ଘରୁ ଯେତେ ମାଲ୍

ବିଭୀଷଣ ଜୀବନେ ଖୁସି କରୁ ଝଲମଲ୍ ।

ବାହା ହେବା ପାଇଁ କରିବାକୁ ପଡୁଛି

ଏବେ କେତେ କେତେ ରକମର ଆକ୍ସନ୍

ଟାଣ କରି ନେଲି ବାହାଘରର ଡିସିସନ୍ ।

ଆଗେ ତ କନ୍ୟା ମିଳୁଥିଲେ ପରିବାରରେ

ଏବେ କିଛି ସେଟିଙ୍ଗ୍ ରେ, କିଛି ନେଟିଙ୍ଗ୍ ରେ ।

ମୋ ଏକ୍ସପେରିଏନ୍ସ ଥିଲା ଅଲଗା

କନ୍ୟାଭ୍ରୂଣ ହତ୍ୟା, ନାରୀ ଅତ୍ୟାଚାର

ଜ୍ୱଳନ୍ତ ସମସ୍ୟା ପାଇଁ ମୁଖ୍ୟ ଦାୟୀଦାର ।

ସେଦିନ ଏବେ ନାହିଁ ଆଉ ଦୂର

ଗୋଟିଏ କନ୍ୟାର ପାଞ୍ଚ ହେବେ ବର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy