ଦଶପଦୀ ପଲ୍ଲୀ କବିତା
ଦଶପଦୀ ପଲ୍ଲୀ କବିତା
ପଲ୍ଲୀକବିତା 42
(1)
ଗାଈ ନାଞ୍ଜ ଧରି ବୈତରଣୀ ପାରି
ହବାକୁ ଉଛୁଳେ ମନ,
ମଝି ନଈରେ ତୁ ବୁଡିଯିବୁ ଦଦା,
ପହଁରାଘରେ ତୁ ଶୁନ।
( 2)
ଉଠେଇ ଆଇଲା କଳାହାଣ୍ଡିଆ ଲୋ,
ବହୁଚି ବତାଶ ବାଆ,
ନାଉରୀ ବାପୁଡା କାତ ଛାଡିଦେଇ
ଡାକେ 'ଭଟ୍ଟାରିକା ମାଆ'।
( 3)
ସଦେଇ ମାମୁଁର ବାଟିଏ ଚାଷ ଲୋ
ବେଙ୍ଗ ମୁତିଦେଲେ ପାଣି,
ମାମୁଁପୁଅଭାଇ ହାକିମ ହେଇଚି,
ଜମି ପଦା ପଡିଲାଣି।
( 4)
ସେଲଫି ନଉ ନଉ ଗୋଡ ଖସିଗଲା,
ଫୁଲେଇ ପଣ୍ଡା ଝୁଅର,
ଛୋଟେଇ ଚାଲୁଚି ସକେଇ କାନ୍ଦୁଚି
ମିଳିବନି ବୋଲି ବର।
( 5)
ଝୁମୁରୀ ପଢୁଚି ନୂଆଗାଆଁରେ ଲୋ,
ହୋଇ କଲେଜ କୁଇନୀ,
କୋହଲି କାହିଁକି ବାହାହେଲା ବୋଲି,
ଦି'ମାସ ପାଣି ଛୁଇଁନି।
ଅନୁଷ୍କା ଉପରେ ବଡ ରାଗ ତାର,
କହେ "ମାଙ୍କୁଡୀ,ବିଲେଇ,
ଭଲପାଉଥିଲି କେତେ କୋହଲିକି,
ନେଲା ମୋଠାରୁ ଛଡେଇ।"
( 6)
ଶୀତ ସକାଳର ଉସୁମୁଁ ମୁଢି ଲୋ,
ଗୁଡ,ନୁଣ ପକା ଚା'
ନିଆଁ ପୋଉଁ ପୋଉଁ ମାଣେ ପେଷିଦବ,
ହୁଡୁମ୍ବ ହଗୁରୀ ବାଆ।
(7)
ଗେଲୀ କୁତୀ ଦେଲା ଚାରିଟା ଛୁଆ ଲୋ,
ଯୋଡେ ଖାଇଲା ବିଲୁଆ,
ହଗି ମୁତି ଘର ପୋତିଦେଲେଣି ଲୋ,
ବାକି ଦୁଇ ପୋଡାମୁହାଁ।
(8)
କସରା ଭୂଆର ନେଉଳୀ ନାଞ୍ଜ ଲୋ,
ମନରେ ତା ବଡ ଗଉଁ,
ଧରି ପାରିଲାନି ଗୋବରା ଚଡେଇ,
ବୋଲି ହୁଏ ଗାଉଁ ଗାଉଁ।
( 9)
ଗଉରା ଆଣିଚି ବାହ୍ମୁଣୀ ବୋହୂ ଲୋ,
ପାରିଚି ହାତେ ଓଢଣା,
ପାଣି ଛୁଇଁବନି ଶାଶୁ ଶଶୁର ଠୁଁ,
ଅଲଗା ତାର ରାନ୍ଧଣା।
(10)
ଗୁମାନୀ ନାନୀର ବୋହୂ ସକଉଚି,
ଘରେ ପାଇଖାନା ନାଇଁ,
ଚାରିମାସ ହେଲା ବୋପାଘର ଗଲା,
ଆଉ ନେଉଟିବନାହିଁ।
ଉଠେଇ ଆଇଲା କ