Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

2.5  

Padmalaya Mishra

Others

ବଦଳି ଯାଇଛି ମୋ ଗାଁ

ବଦଳି ଯାଇଛି ମୋ ଗାଁ

1 min
167



କର୍ମଭୂମି ଛାଡି ଆସିଲି ତ ମୁହିଁ

ଜନମଭୂମିର କୋଳେ

ନାହିଁ ଆଉ ସେହି ରୂପ ବଇଭବ

ବଦଳି ଯାଇଛି ଫାଳେ ।


ସହର ସହର ବାସେ ଚଉଦିଗ

ଗାଆଁର ବାସନା ନାହିଁ

ଲାଗୁଛି ସତେକି ପାଶ୍ଚାତ୍ୟ ସୂରୁଯ

ଆସିଛି ଏଇଠି ଉଇଁ ।


ଧାଡ଼ି ଧାଡି ଥିବା ଟଗର ମନ୍ଦାର

ବଦଳେ ଗୋଲାପ ଲିଲି

ଜୁଇ ଜାଇ ହେନା ମଧୁମାଳତୀର

ବାସନା ଯାଇଛି ଚାଲି ।


ଉଚ୍ଚ କୋଠାଘରେ ରହୁଛନ୍ତି ସବୁ

ପଡୋଶୀ କଥା ଜାଣେନି

ଯିଏ ଯାହା କାର୍ଯ୍ୟେ ବ୍ୟସ୍ତ ରହିଣ

ସୁଖ କି ଦୁଃଖ ବୁଝେନି ।


ମନ୍ଦିରେ ଠାକୁର ବସିଛନ୍ତି ସିନା

ଭକ୍ତଙ୍କ ଦର୍ଶନ ନାହିଁ

ଭାଗବତ ଟୁଙ୍ଗି ଉଠିତ ଗଲାଣି

ଭଜନ କୀର୍ତ୍ତନ କାହିଁ ?


ପରମ୍ପରା ସଂସ୍କୃତିର ନାମେ ପର୍ବ

ପାଳିତ ହେଉଛି ନିଶ୍ଚେ

କିନ୍ତୁ ନାହିଁ ସେଇ ପୁରୁଣା ଚମକ

ପାଲା ବଦଳରେ ଡିଜେ ।


ପୋଖରୀ ତୁଠଟା ଗୁମୁରି କାନ୍ଦୁଛି

ନାହିଁ ଗହଳ ଚହଳ

ପାଉଁଜିର ରୁଣୁଝୁଣୁ ଶୁଭୁନାହିଁ

ମାଡି ତ ଗଲାଣି ଦଳ ।


ସ୍ନେହ ଶ୍ରଦ୍ଧା ଏକତା କୋଶେ ଦୂରରେ

ଆଧୁନିକତା ମାତିଛି

ମନ ଭିତରଟା କୋରି ହେଇଯାଏ

ମୋ ଗାଁ ବଦଳି ଯାଇଛି ।।


Rate this content
Log in