ଦୁନିଆ ବଦଳୁ ଅଛି
ଦୁନିଆ ବଦଳୁ ଅଛି
ବାପା ମାଆ ଛାଡି ଶଶୁର ଶାଶୁରେ
ପୁଅ ବେଶି ଧ୍ୟାନ ଦେଉଛି
ବାପା ମାଆ ନିଜ ଲୁହକୁ ଆଖିରେ
ସୁଖେଇ ସୁଖେଇ ବଞ୍ଚୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ଶାଶୁ ଶଶୁରର ସେବା ନ କରିଣ
ବହୁ ହୁକୁମତ କରୁଛି
ଘଡିଘଡି ଟିଭି ଖୋଲି ଦେଇ ବୋହୁ
ଶିରୀୟଲରେ ମାତୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ଭାଇ ଭାଇ ସ୍ନେହ ଭକ୍ତିର ସମ୍ପର୍କ
ଭାଙ୍ଗି ଚୁରମାର ହେଉଛି
ଭାଇଠାରୁ ସଡୁ ବେଶି ବଡ ଆଜି
ସଡୁ ସଡୁ ସ୍ନେହ ବଢୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ଭଉଣୀର ରାକ୍ଷୀ ବଡ ନୁହଁ ଆଜି
ଶାଳୀର ଆଦର ବଢୁଛି
ଶାଳୀ ଜାହାକୁହେ ଭିଣୋଇ ଦଉଛି
ଭଉଣୀ ଲୁଚେଇ କନ୍ଧୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ଶାଶୁ କହିବାକୁ ଡରୁଛି ବୋହୂକୁ
ନିଜକାମ ନିଜେ କରୁଛି
ଶଶୁରଙ୍କୁ ବୁଢା ଶାଶୁଙ୍କୁ ବୁଢ଼ୀ
ବୋହୁ ସଦା ଡାକ ଛାଡ଼ୁଛି
କାରଣ ଆମ ଦୁନିଆ ବଦଳି ଯାଇଛି ।
ଗୋବର ପାଣିକୁ ଡରୁଅଛି ବୋହୁ
ନାକକୁ ହାତେ ଟେକୁଛି
ୟେ କାମ କରିଦେ ସେ କାମ କରିଦେ
ବୋହୁ ହୁକୁମତ ଛାଡ଼ୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ଗୁରୁ ଶିଷ୍ୟର ସମ୍ପର୍କ ଆଜି
ଫେସବୁକରେ ହୋଇଛି
ବିଦ୍ୟାଳୟ ଆଜି ମରୀଚିକା ପରି
ଦଣ୍ଡମୁକ୍ତ ଅଂଚଳ ହୋଇଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।
ମୋ କବିତା ଭାଇ ପସନ୍ଦ ହେଉନି
ଜ୍ୱଳନ୍ତ ଚିତ୍ର ମୁଁ ଲେଖୁଛି
କବି ନୁହଁ ସତ୍ୟ ଲେଖୁଛି କବିତା
ବୁଝିବା ଲୋକ ଯେ ବୁଝୁଛି ।
କାରଣ ଆମ ଦୁନିଆ ବଦଳି ଯାଇଛି ।