Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ସରିଗଲା ଏବେ

ସରିଗଲା ଏବେ

1 min
6.8K


ସରିଗଲା ଏବେ ପିଲା ଖେଳ ଦିନ

ଯଉବନେ ଦ୍ରୁତ ଗତି

ଉଦ୍ଦାମ କି ହେଲା ଜୀବନ କମ୍ପନ

ଗତି ହେଲା ଭିନ୍ନ ମତି ।

ଆସିଗଲା ଦ୍ଵେଷ ଇର୍ଷା ପରିହାସ

ଆଗେ ଆଗେ ଯିବେ ବୋଲି

ହୃଦୟର ସେହି ନିର୍ମଳ ପ୍ରାଣଟି

ଗଲା ସମସ୍ତଙ୍କୁ ଭୁଲି ।

ଗରିବ ଯେ ହେଲେ କହେ ସାମ୍ୟବାଦ

ଧନୀ ଧରେ ପୁଞ୍ଜି ବାଦ

ରହେ ନାହିଁ ଆଉ ବଚପନ ଯେଉଁ

ଦେଇଥିଲା ଖୁସି ନାଦ ।

ଜୀବନ ଯାଉଛି ସରି ସରି ଧିରେ

ମନେ ପଡେ ଛୋଟ ବେଳ

ଅସ୍ପଷ୍ଟ ଦିଶୁଛି ସେ ଦିନର ସ୍ମୃତି

ଯେତେ ଆସେ ମାଳ ମାଳ ।

ପଦଚିହ୍ନ ଦେଖେ ପଚାରେ ନିଜକୁ

କିଏ ବୋଲି ଆପଣାର

କିଏ ସେ ପର କିଏ ବା କହିବ

ଲାଗନ୍ତି ସବୁ ନିଜର ।

ଫେରି ଚାହିଁ ଯେବେ ପଛକୁ ମୁଁ ଦେଖେ

ବୟସ କି ପଛ ଫେରେ

ବୟସର ପାଶେ ହୋଇ ଆବଶୋଶେ

ପିଲା ଦିନ ସ୍ମୃତି ଝୁରେ ।


Rate this content
Log in