ତୋ'ବିନା
ତୋ'ବିନା
1 min
396
ବାତାୟନ ପାଶେ ବସିଚି ଉଦାସେ
ଭାବୁଚି ତୋହରି କଥା
ହଜିଲା ସ୍ମୃତିକି ସାଉଁଟି ସାଉଁଟି
ବଢିଚାଲେ ମନ ବ୍ୟଥା
କପାଳରେ ଥିଲା ଦେହସୁହା ହେଲା
ଆଖି ପିଏ ଓଠ ଲୁହ
ଆଉ କେତେ ଦିନ କେଜାଣି ଜୀବନ
ବେଦନା ସହିବ ଦେହ !
ଓଠେ ତୋର ହସ ଲହଡି ଭାଙ୍ଗୁଚି
ମଧୁଶଯ୍ୟା ବୋଲି ଆଜି
ବିନା ଶ୍ରାବଣରେ ଲୁହର ନୀରରେ
ଦେହ ମୋ' ଯାଉଚି ଭିଜି
ଜୀବନର ମାୟା ସରି ମୋ ଯାଇଛି
ଶରୀରଟା ଖାଲି ଅଛି
ପ୍ରତାରଣା ଯୁଇ ଆଦରି ନେଇଛି
ପ୍ରମାଗ୍ନିଟା ବାକିଅଛି
✒ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ