Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational

3  

Bikesh Sahu

Inspirational

ମୁଁ ସେଇ ନାରୀ କହୁଛି

ମୁଁ ସେଇ ନାରୀ କହୁଛି

1 min
6.6K


ମୁଁ ଗୋଟେ ନାରୀ ସତ

ନୁହେଁ ହୀନ ଶକ୍ତି

ନୁହେଁ ମୁଁ ଦୁର୍ବଲା

ମୁଁ ବି କରିପାରେ ଅଶ୍ୱସବାରୀ ।

ମୁଁ ବି ଲଢ଼ିପାରେ ସଂଗ୍ରାମରେ

ଛେଦି ପାରେ ଶତ୍ରୁ ଶିର

ମୁଁ ବି ଫୁଟାଇ ପାରେ ରକ୍ତ ପଦ୍ମ

ଧରି ଖଣ୍ଡା ଖର୍ପର ।

ମୁଁ କରିପାରେ ସୃଷ୍ଟି

କରିପାରେ ମୁଁ ଧ୍ୱଂସ

ପାଳିବାକୁ ମଧ୍ୟ ଅଛି ଶକ୍ତି

ମୋତେ ମଣ କିମ୍ପା ଦୁର୍ବଳ।

ଦୁର୍ଗା ସାଜି ମୁଁ ନାସିଛି ମହିଁଷା

ରକ୍ଷା କରିଥିଲି ସୃଷ୍ଟି

ଭାରତ ଯୁଦ୍ଧ ରଚିଥିଲି ମୁଁ

ସାଜି ଦ୍ବାପରେ ଦୌପଦୀ ।

ମୁଁ ସେ ସାବିତ୍ରୀ ମୃତ୍ୟୁ କୁ ଜିଣିଛି

ଫେରାଇ ମୋ ପତି ପ୍ରାଣ

ତଥାପି ସମାଜେ କିମ୍ପାଇଁ ମୋତେ

ଦିଅରେ ଏତେ କଷଣ ।


ଅନୂଶୟା ସାଜି ସ୍ନେହ ମମତାରେ

ବାନ୍ଧିଥିଲି ତିନି ଦେବ

ମୁଁ ସେଇ ନାରୀ

ମୋଠି ସୃଷ୍ଟି ମୁଁ ହିଁ ତ ବିଳୟ ।

ଭାବେ କିମ୍ପା ଆଜି ଏ ସମାଜ ମୋତେ

ନିରୀହ ଆଉ ଦୁର୍ବଲା

କରିଥିଲି ମୁଁ ସ୍ୱର୍ଣ୍ଣ ଲଙ୍କା ଧ୍ବଂସ

ମନେ ନାହିଁ କି ସେ କଥା ।

ହେ ସମାଜ ମୋତେ ଦୁର୍ବଲା ଭାବି

ନେ ନା ମୋ ସ୍ୱାଧୀନତା

ସ୍ୱାଧୀନତାରେ ମୋତେ ବଞ୍ଚିବାକୁ ଦେ

ନ ଭାବି ମୋତେ ଦୁର୍ବଳା ।

ମୁଁ ଜନ୍ମଦାତ୍ରୀ

ମୁଁ ପାଲନେତ୍ରୀ

ସଂସାର ପରେ ମୁଁ ଧ୍ବଂସି

ମୁଁ ସେ ନାରୀ କହୁଛି ।


Rate this content
Log in

Similar oriya poem from Inspirational