Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational Others

2  

KUMUDA CHANDRA DALEI

Inspirational Others

ଜୀବନ

ଜୀବନ

1 min
6.9K


ଜୀବନ କହିଲେ ବୁଝିବାକୁ ହେବ

ସୁଦୀର୍ଘର ଏକ ପଥଟିଏ,

ଜନନୀ ଜଠରରୁ ଲମ୍ବି ଯାଇଥିବା

 ଶ୍ମଶାନେ ଜାଳିବା ଯୂଇ ଯାଏଁ l

ସୁଖ, ଭୋଗ, ମରୁ ମରୀଚିକା ପୂର୍ଣ୍ଣ

 ସୁଦୀର୍ଘ ଏ ପଥ ବିଶ୍ରାମ ହୀନ

ପ୍ରାପ୍ତିରେ ଲାଲସା ଭୋଗ ଅଭୀପ୍‌ସା

 ଧାବମାନ କରେ ସାରା ଜୀବନ l

ଉତ୍ଥାନ ପତନ ହର୍ଷ ଓ କ୍ରନ୍ଦନ

 ଆଶା ନିରାଶାକୁ କରି ପାଥେୟ

ଆଜନ୍ମ ମଦିର ପିଇବାକୁ ହୁଏ

 ଅନ୍ୟଥା ଜୀବନ କଣ୍ଟକମୟ

ପଦ ଚିପି ବାଟ ଚାଲିବାକୁ ହୁଏ l

 ଅଲକ୍ଷରେ କାଳେ ପଡ଼ିବ ଝୁଣ୍ଟି

ମାନବିକତାକୁ ମାପ କଲେ

 ଜୀବନ ଯନ୍ତ୍ରଣା ହୋଇବ ବାଣ୍ଟି l


Rate this content
Log in