Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHANDRAKANTA PAHI

Tragedy

2  

CHANDRAKANTA PAHI

Tragedy

କେମିତି ଭୁଲିଲ

କେମିତି ଭୁଲିଲ

1 min
6.8K


ଭୁଲିଗଲ ତୁମେ

ସେ ମଧୁ ରାତିକୁ ଘଣ୍ଟା ଘଣ୍ଟାକରି ଆଳାପ !

ଭୁଲିଗଲ ତୁମେ !

ବଦଳି ଯେ ଗଲ ଭୁଲି ଯାଇ ସବୁ ଗଳପ !

କେମିତି ଭୁଲିଲ କୁହ ଟିକେ ମତେ

ମୁଁ ପଚାରିବି ସେହି ମନକୁ

କେମିତି ଏତେ ତୁ ନିଷ୍ଠୁର ହେଲୁରେ

ଭୁଲାଇ ଦେଲୁ ସେ ଦିନକୁ ।

ହଜିଗଲା କି ମୋ ଉପହାର ସବୁ

ଶୁଖିଗଲା କି ଗୋଲାପ ଫୁଲ

କେମିତି ଜାଳିଲ ସ୍ମୃତିର ଫଟୋକୁ

କେମିତି ପାଇଲ ଆଉ କାହାକୁ ଭଲ ।

ଭୁଲିଗଲ ତୁମେ ସେ ଜହ୍ନ ରାତିକୁ

ମିଳିଲା କି ଆଉ କାହା କୋଳ

କେମିତି ଭୁଲିଲ ମୋ ହାତ ଆଉଁସା

ଗାଲେ କିଏ ଆଉ ଆଙ୍କିଲା ଗେଲ୍ହ ।

ଭାଙ୍ଗିଦେଲ ତୁମେ କୋମଳ ହୃଦୟ

ଜାଲିଦେଲ ସବୁ ଚିଠି

କେମିତି ଭାଙ୍ଗିଲ ପ୍ରେମର ତାଲାକୁ

ହଜାଇ ସ୍ମୃତିର ଚାବିକାଠି ।


Rate this content
Log in

Similar oriya poem from Tragedy