ମୁଁ
ମୁଁ
ଜୀବନରେ କେବେ ଦେଇ ନାହିଁ
ମୁଁ କାହାରି ଆଖିରେ ଲୁହ
ହେଲେ କିନ୍ତୁ ପ୍ରତିମୁହୂର୍ତ୍ତେ ମିଳେ
ମତେ ଖାଲି ଲୁହ ଉପହାର
ଜୀବନ ଭରି କରିଲି ଅନ୍ୟର ସେବା
ବୁଝିପାରନ୍ତି ନାହିଁ କେବେ ମୋ ଦୁଃଖ ଯନ୍ତ୍ରଣା
ମୁଁ ବି ତୁମପରି ଜଣେ ମଣିଷ ପରା
ମୋର ବି ଗୋଟିଏ ହୃଦୟ ଅଛି
ଆଉ ମୋ ଶରୀରରେ ବି ଜୀବନ ଅଛି
ନୁହେଁ ମୁଁ ପଥର ନୁହେଁ ମୁଁ କାଠରେ ଗଢ଼ା
ତୁମକୁ ଯେମିତି ହୁଏ କଷ୍ଟ ଯନ୍ତ୍ରଣା
ମତେ ବି ସେମିତି ହୁଏ ପରା.....