Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୬୩

ଜୀବନ ଗୀତା- ୬୩

1 min
13.3K


ଜୀବନ ଗୀତା- ୬୩
 
ଏ ଜୀବନ କେବେ ମୁଠାଏ ମମତା
କେବେ ପାପୁଲିଏ ପ୍ରେମ
କେବେପୁଣି ସିଏ ଘୃଣାରେ ଘାଇଲା
ମନରେ ଘୋର ଅପ୍ରେମ ॥୦॥
 
କେବେ ଜହ୍ନରାତି କେବେ ଖରାତାତି
ଜୀବନର ଏ ତ ବିପରୀତ ରୀତି
ଫୁଲର ଦୋଳାରେ ଦୋଳାଏ ସେ ଧୀରେ
ବୁହାଇ ମଳୟବାଆ ନିତିନିତି
କେବେପୁଣି ସିଏ ପାରିଦେଇ ଯାଏ
କଣ୍ଟାଶେଯ କୋଟିକମ ॥୧॥
 
କେବେ ପାଟ ଛତି କେବେ ଖରା ତାତି
ଜୀବନର ଏ ତ ବିପରୀତ ନୀତି
ବିଶ୍ୱାସରେ ହାତ ଧରି ଚାଲୁଚାଲୁ
ଗାଉଥାଏ ସାତସୂରରେ ସେ ଗୀତି
କେବେପୁଣି ସିଏ ହାତ ଛାଡିଦେଇ
ବିଧିକୁ କରାଏ ବାମ ॥୨॥


Rate this content
Log in