ନୀରୁତା ମଧ୍ୟାହ୍ନ
ନୀରୁତା ମଧ୍ୟାହ୍ନ
1 min
6.5K
ବୈଶାଖୀର ଉଷ୍ଣତାରେ
ବିହ୍ଵଳିତ କରେ ---
ବାଉଁଶ ବଣର ବଂଶୀ ;
କିଏ ବୁଝେ ଦ୍ରୌପଦୀର ଦୁଃଖ
କୃଷ୍ଣ ପାଇଁ ଲମ୍ବିଯାଏ
ପିନ୍ଧା ପଣତ
ପ୍ରିୟଜନ ନୀରବ ମୁଦ୍ରାରେ
ଭାବୁଛନ୍ତି ପଶା ପାଲିର ଚିହ୍ନ;
ପଂଚଭୂତର ପିତୁଳା ପରି ଜୀବନ
ଜଳନ୍ତା ନିଆଁରୁ ମୁକ୍ତ
ଉଦ୍ଧବ ଆସିବେ ଆଉଥରେ
ମହମହ କୃଷ୍ଣ ବାସ୍ନାରେ ;
ଅନେକ ଅନ୍ଵେଷଣ
ନୀରୁତା ମଧ୍ୟାହ୍ନ
ନିର୍ବିକାର ସବୁ ରାତି
ଯୁଗରୁ ଯୁଗ ଯାଏ ;
ବୈଶାଖୀର ତତଲା ଓଠରେ
ବଂଧା ପଡେ ବଳକା ବିତୃଷ୍ଣା
ଭିଜିବାର ପରମ ଶାନ୍ତିରେ ;