Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Others

3  

K. Nirmal

Others

ମାଛି

ମାଛି

1 min
5.3K


ଗୁଣୁ ଗୁଣୁ ଅଟେ ଶବ୍ଦ ଯେ ମୋହର

କଥା କହି ପାରେ ନାହିଁ,

ଅନ୍ଧ ବିଶ୍ୱାସରେ ରହିଛନ୍ତି ଜନ

ନିଜର କ୍ଷମତା ପାଇଁ ।


ବିଶ୍ୱାସରେ ବିଷ ମିଶାଇ ଦିଅନ୍ତି

ନିଜର ସମ୍ପର୍କ ମାନେ,

ବୁଝିବାକୁ ତାଙ୍କୁ ବହୁଦିନ ଲାଗେ

ଗଢ଼ିଯାଏ ବହୁ ଦିନେ ।


ମାଛି ବୋଲି ମୁହିଁ ଦୁନିଆ ହସୁଛି

କହୁଛି ମୋତେତ କୀଟ,

କହି ପାରୁନାହିଁ ବୋଲି ଆଜି ତୁମେ

ଅନେକ କରୁଛ ନାଟ ।


ସମ୍ପର୍କ ର ସୂତା ଛିଡାଇ ଦେଉଛ

ହସି ହସି ତୁମେ ସବୁ,

ସମ୍ପର୍କ ର ମାନେ ନୁହେଁ ବାଲି ଘର

ଇଚ୍ଛା ହେଲେ ଭାଙ୍ଗିଦବୁ ।



◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ Gmail :-nirmaln270@gmail.com


Rate this content
Log in