ତୁ କଣ ସତେ ଏମିତି???
ତୁ କଣ ସତେ ଏମିତି???
1 min
13.5K
ଭାବ ଯୋଡିଥିଲି ତୋ ସାଥିରେ ଲୋ ସଖି
ହୃଦୟକୁ ଭାବ ଦେଇ
ଅଖଣ୍ଡ ବିଶ୍ୱାସ ତୁ ବି ତୋର ଭାବ
ହୃଦୟକୁ ମୋର ପାଇ
ଦୁଃଖ ଓ ବେଦନା ସବୁ ଖୋଲି ଦେବି
କେବଳ ନିକଟେ ତୋର
ଆଶା ରଖି ଥିଲି ସାହା ମୋର ହେବୁ
ଭୁଲିବି କଷ୍ଟର ଭାର
ତୁ କିସ ବୁଝିବୁ ମୋ ମନ ବେଦନା
ଖୁସି ତୋର ଦରକାର
ସ୍ୱାର୍ଥପର ଏହି ଦୁନିଆ ତୋହର
ମୁଁ ଯେ ତାହାଠାରୁ ଦୂର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©