କବିତା ମୋହର
କବିତା ମୋହର
କବିତା ମୋହର ଅତି ଆପଣାର
ଦୁଃଖର ଦିନର ସାଥୀ
କେବେ ରାଗେ ନାହିଁ କିଛି ମାଗେ ନାହିଁ
ଦି ଧାଡି ଲେଖାରେ ଖୁସି ।
ପୋଛି ଦିଏ କେବେ ଆଖିର ଲୁହସେ
ମନ କୋହ ଯାଏ ପିଇ
ସବୁ ଦୁଃଖ ଶୁଣି ଟିକେ ହସି କୁହେ
ଦୁଃଖ ଯାଅ ମୋତେ ଦେଇ ।
ଜୀବନ ବାଟରେ ଅତି ଆପଣାର
ତାହା ପରି କେହି ନାହିଁ
ସୁଖରେ ଦୁଃଖରେ ହସରେ କାନ୍ଦରେ
ମୋ ପାଖେ ଆଉ କେ ନାହିଁ ।
ଭଲ ପାଏ ତାକୁ ଜୀବନଠୁ ବେଶୀ
ସେଇ ମୋର ପ୍ରିୟତମା
ରୂପରେ ଗୁଣରେ ଭାଷାରେ ଭାବରେ
ଦୃଦୟରେ ଅନୁପମା ।