Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ମନ ଭାରି ଅମାନିଆ

ମନ ଭାରି ଅମାନିଆ

1 min
7.0K


ମନ ଅମାନିଆ

ଲଗାମ ଛଡା

ଅବୋଲକରା

ବେପରୁଆ ଆଉ ବେଧଡକ

କେବେ ଅତୀତରେ ହଜେ

କେବେ ବର୍ତ୍ତମାନେ ଖୋଜେ

କେବେ କ୍ଷିପ୍ର

କେବେ ସ୍ଥାଣୁ ଓ ନିଶ୍ଚଳ

ନିଶା କାଳେ ନିଶାରେ ଭିଜେ

ପୁଣି ଦିବାଲୋକର ନିର୍ଜନତାରେ ଖୋଜେ

ଅବାସ୍ତବ ଦୁନିଆର ରଙ୍ଗୀନ୍ ସପନକୁ.....

ଅପୂରଣୀୟ ଆଶାକୁ ...

ଅଣାୟତ୍ତ ଲୁହ ଭିଜା ହୃଦୟରେ

ଅବଗୁଣ୍ଠିତ ହୋଇ ଥିବା ଅୟୁତ କୋହକୁ ...... ।।

ପୁଣି କେବେକେବେ

ଶୂନ ଶାନ ରାତିରେ କାହା ନିକ୍ଵଣ ଶବ୍ଦରେ

କେବେ ଝଡ଼ ବର୍ଷା ଭିଜା ଅନ୍ଧାର ରାତିର ଝିଙ୍କାରିର ଝଂପ ଝଂପ ଶବ୍ଦରେ

କେବେ ନିଦାଘର ତାତିରେ ନିର୍ଜନ ଦି’ ପହରରେ

ଅବା କେବେ ଶ୍ରାବଣ ରାତିର ଧାରା ଶ୍ରାବଣୀର ସ୍ପର୍ଶରେ

କେବେ ବସନ୍ତରେ କୋକିଳର କୁହୁକୁହୁ ତାନରେ

ତ ପୁଣି କେବେ ହୃଦୟର ଅବଚେତନ ମାନସରେ କାହା ସୁରମ୍ୟ ସ୍ଵନରେ

ଅତୀତର ସ୍ମୃତି ରେଣୁ ପଖାଳେ

ବର୍ତ୍ତମାନର ଯବନିକା ଟାଣି

ଭବିଷ୍ୟତର ରୂପରେଖକୁ ଅଭିଜ୍ଞତାର ସାଧା ଫର୍ଦ୍ଦରେ

ମାନସପଟରେ ଆଙ୍କେ,ଚିତ୍ରଣ କରେ ,ରୂପ ଦିଏ ...

ରାତି ରାତି ନିଦକୁ ହଜାଇ

ତା ପାଇଁ କେତେ କେତେ କଳ୍ପନାର ଅସମ୍ଭବ ତାର ସୁନେଲି ପ୍ରାସାଦ ତୋଳୁ ତୋଳୁ

ଅରୁଣ ଉଷା ଉଦିତ ହୁଏ

ସ୍ଵପ୍ନ ..ନାୟିକା ...ଆଉ ....ସୌଦାଗରର ସବୁ ଆଶା

ଧୂଳିସାତ୍ ହୋଇଯାଏ ।।


Rate this content
Log in