Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Kulangar

Comedy

4.1  

Dr Kulangar

Comedy

ଭଲଦିନକୁ ତିନିବର୍ଷ

ଭଲଦିନକୁ ତିନିବର୍ଷ

1 min
20.7K


# ଭଲଦିନ # ତିନିବର୍ଷ

-ଡ.କୁଳାଙ୍ଗାର

 

ଭାରତ ଏବେ ଦୁଇଭାଗରେ ବିଭକ୍ତ,

ଦଳେ ଗୋମାଂସଭୋଜୀ, ଆଉଦଳେ ମୋଦିଭକ୍ତ !

 

ଭଲଦିନ ସର୍କାରକୁ ତିନିବର୍ଷ ହେଲା,

ପ୍ରଚାର ବାବଦେ ତେଣୁ ହେବ ରାଜକୋଷ ପୋଲା !

 

ନିନ୍ଦୁକେ ପଚାରନ୍ତି- କାହିଁ ଗଲା ତୁମ ଭଲଦିନ ?

ପଦ୍ମଫୁଲିଆମାନେ ଭଲରେ ଅଛନ୍ତି, ଜାଣି କି ପାରୁନ ??

 

ପୁଣି ପଚାରନ୍ତି ମୂର୍ଖେ- କାହିଁ କଳାଟଙ୍କା ?

କିହୋ ପ୍ରଚାର କରନ୍ତେ କ'ଣ ପକେଟ କରି ଫାଙ୍କା ??

 

କ'ଣନା ବୁଝନ୍ତିନି ଦରବୃଦ୍ଧି, ଜଞ୍ଜାଳ ଅନେକ, 

ଘରକଥା କେମିତି ବୁଝନ୍ତେ ସେ ତ ବ୍ରହ୍ମଚାରୀ ଲୋକ !

 

କହୁଛନ୍ତି ଠକିଦେଲେ ଭାଷଣ ଦେଇକି,

କେହି କହୁନାଇଁ ମୁଁ ଭୋଟ୍ ଦେଇଚି ଏତିକି ନେଇକି !!

 

ସରକାର ଘୋଡା ହେଲେ ବିରୋଧୀ ତ ଗଧ,

ଭଲଦିନେ ମଣିଷଠୁ ଦାମୀ ତେଣୁ ମାଉଁସ ଓ ମଦ !!!

 

କ୍ରିଂ କ୍ରିଂ- ୯୩୩୮୫୮୧୩୦୯

*****


Rate this content
Log in

Similar oriya poem from Comedy