ମେଘ ଝରଝର
ମେଘ ଝରଝର
ମେଘ ଝରଝର
ଆଭାକାନ୍ତ ମହାନ୍ତି
ମେଘ ଝରଝର ପାହାନ୍ତି ନିଶା ଏ
ମୂଲ୍ୟହୀନ ହୁଏ ସହୀ
ମନ ମାଦକତା ମଉଳି ପଡୁଛି
ସାଥୀ ହରା ସିନା ହୋଇ । ୦ ।
ମେଘ ଭିଜା ଏଇ ପୂବେଇ ବାଆ
ମୋ ଉପରେ ଟିକେ କରୁନି ଦୟା
ଯେତେ ବି ଭାବିଲେ କାହିଁକି କେଜାଣି
ଘୋରେ ଘାରେ ଖାଲି ତୁମରି ମାୟା
ବିରହୀ ଚକୋର ଚକୋରୀ ବିହୁନେ
ଏ ରାତିରେ ବାହୁନଇ । ୧ ।
ଯଉବନ ଜଳେ ବିରହ ବିଷେ
କିବା ଲାଭ କୁହ ଏ ପର ବାସେ
ଦୁଃଖ ଅବସାଦେ ଥକିଗଲେ କେବେ
ଆହା କହିବାକୁ ନାହିଁ କେ' ପାଶେ
ଏକା ଚାଲି ଥକି ପଡ଼ି ଲେଖୁଅଛି
ଲୁହ ସଙ୍ଗେ ଲହୁ ଦେଇ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧