ଜାଗୃତି
ଜାଗୃତି
ରୁଧିର ନୁଁହ ବଧିର ନୁଁହ
କାହିଁକି ରହିଛି ମୁକ ।
ଉତ୍କଳ ବୀର ସନ୍ତାନ ତୁମେ
ଜାଗି ଉଠ ଜଗି ଉଠ ।
ସ୍ୱାର୍ଥେ ଅନ୍ଧାରି ନ ହୁଅ ଭାଇ
ସ୍ୱାର୍ଥ ତ ନୁଁହଇ ବଡ଼ ।
ସ୍ୱାର୍ଥେ ମାନବ ଭୁଲିଯାଏ ପରା
ହିତା ହିତ ଜ୍ଞାନ ତାର ।
ଜାତିର ଟେକ ରଖିଛି କାହିଁ
ସ୍ୱାର୍ଥେ ଜାର ମନ ବ୍ୟସ୍ତ ।
ଉନ୍ନତି ତାର ହସ୍ତେ ଲେଖାନି
ଜାତିର କଳଙ୍କ ସେତ ।
ନିଃସ୍ୱାର୍ଥ ହୁଅ ନିଃସ୍ୱାର୍ଥ ହୁଅ
ଦିଅ ଦୁଃଖି ମୁଖେ ଅନ୍ନ ।
ହସିବ ତେବେ ସମାଜ ତୁମ
ହସିବେ ସକଳ ଜନ ।
ରକ୍ଷକ ଆଜି ଭକ୍ଷକ ହୋଇ
ସମାଜକୁ ଲୁଟିଲେଣି ।
ନିଜ ଉନ୍ନତି କରିବା ପାଇଁ
ଜନତାଙ୍କୁ ମାରିଲେଣି ।
ଜାଗ୍ରତ କର ଉଦ୍ୟତ କର
ନିଦ୍ରିତ ମାନବେ ଯେତେ ।
ଶଙ୍ଖ-ଦୁନ୍ଦୁଭି ବାଦ୍ୟ ବଜାଆ
ଉଦ୍ୟତ ସନ୍ତାନ ଯେତେ ।
ଭୂମି ଲୁଣ୍ଠିତ ସମାଜ ଆଜି
ବିଶ୍ୱ ସଦନେ ପରା ।
କୋଟି ସୂର୍ଯ୍ୟର ଦେଖାଅ ଶିଖା
ତୁମେ ଆଲୋକର ଧାରା....
ସୁଜାତା