Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Pradhan

Others

1.7  

Pramod Pradhan

Others

ବାପା

ବାପା

1 min
13.4K


ବାପା

 

ପ୍ରମୋଦ ପ୍ରଧାନ

 

ବାପା ତୁମେ ଅନନ୍ତର ଚୌପାଢ଼ି

ଦିଗନ୍ତର ନୀଳ ନୀଳ ସ୍ୱପ୍ନଧାଡ଼ି

ଘଡ଼ିଘଡ଼ି ପ୍ରାଣବନ୍ତ କରେ ତୁମ ଆଶାବାଡ଼ି

ହୃଦୟର କୋଣେକୋଣେ ଭିତ୍ତିପ୍ରସ୍ତର

ତୁମେ ସବୁ ପ୍ରଶ୍ନର ଉତ୍ତର ।

 

ଆଖିରୁ ଝରେ ଯେବେ

ବୁନ୍ଦା ବୁନ୍ଦା କାକର

ଯେବେ ଧୂମାଳରେ ହଲିଯାଏ

ଜିଇଁବାର ଚାରିଖମ୍ବ

ବିଚ୍ଛୁରିତ ହୁଏ ସଦା ଆଲୋକର ପ୍ରତିବିମ୍ବ

ଉଦ୍ଭାସିତ ହୁଏ ଆଚାର ବିଚାର

ତୁମେ ଚେତନାର ଅକ୍ଷର ।

 

ଯେତେ ଅଛି ଛାତିରେ ଦମ୍ଭପଣ

ସବୁ ତ ତୁମ କରୁଣା କିରଣ

ତୁମେ ବୁଦ୍ଧି ବିବେକ ତୂଣୀରେ କର୍ଣ୍ଣଧାର

ଚଲାପଥେ ଅହଂକାର ।

 

ଆୟୁଷ ଅନ୍ତରାଳେ

ତୁମେ ନିଃଶ୍ୱାସର ଅମୃତ ପ୍ରହରୀ

ଇହକାଳେ ପରକାଳେ ତୁମେ ତ ଲହରୀ

ମଥାରେ ସଦା ଆଶିଷ ଝରୁଥାଉ ବାପା

ତୁମ ପାଦେ ଏତିକି ଗୁହାରି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in