ମୁଁ ଆଧୁନିକ
ମୁଁ ଆଧୁନିକ
ମୁଁ ଆଧୁନିକ
କଥା କଥା କେ କୁହେ ଇଂଗ୍ରେଜୀ
ପିନେ୍ଧ କପଡା ଚିପା
ଲାଗିଛି ମୋ ଦେହେ ଦେଖ
ଆଧୁନିକର ଛାପା।
ପାଞ୍ଚ ପଚିଶ କୁ ଭୂଲ
କୋଟି ପତି ପରି କୁହଇ କଥା
ଜାଣିଛି ମୁଁ
ପ୍ୟାଣ୍ଟ ପକେଟ ମୋ ଅଟଇ ସଫା।
ସଂପର୍କ ଭୂଲିଯାଏ କେବେ କେବେ
ବାପା କୁ ବୋପାତ ବୋଉ କୁ ଅପା
ପାରିବ ଜଦି ଲଗାଇ ଦେଖ ଯେ ଦଫା
ଲାଗିଛି ମୋ ଦେହେ ଦେଖ
ଆଧୁନିକର ଛାପା।
ପୁରାଣ ଭୂଲିଛି ଭୂଲିଛି ଓଶା
ଘାରିଛି ମୋତେ ମଡେଲ ନିଶା
ହିରୋ ହିରୋଇନ୍ ଙ୍କୁ କରିଛି ଜପା
ଲାଗିଛି ମୋ ଦେହେ ଦେଖ
ଆଧୁନିକର ଛାପା।
ମାଟିକୁ ମୁଁ ଛାଡି
ପବନେ ବାନ୍ଧୁଛି ବସା
ଖିରି ପୁରୀ ଭୁଲି
ନାଲି ପାଣିରେ ରଖୁଛି ଆଶା,
ଆଚାରଣ ଉଚାରଣ ଜାଇଛି ବଦଳି
ଫଳ ମୁଳ ଫିଙ୍ଗି ମୁଁ ଖାଉଛି ଚୋପା
ଲାଗିଛି ମୋ ଦେହେ ଦେଖ
ଆଧୁନିକର ଛାପା।
ଜାଉ ପଖାଳ କୁ ପଚାରେ କିଏ
ଭୂଲ ଅତୀତ ଗାଁରେ ରହିଲେ ଯିଏ
ଆଦର୍ଶ କଥାକୁ ଖତ ଗଦାରେ ଛୁପା ,
ଲାଗିଛି ମୋ ଦେହେ ଦେଖ
ଆଧୁନିକର ଛାପା।