Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

2  

Raja Sekhar CH V

Others

ଜାଆଁଳା ଭାଇ ଭଉଣୀ

ଜାଆଁଳା ଭାଇ ଭଉଣୀ

1 min
322


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ଜାଆଁଳା ଭାଇ ଭଉଣୀ ଯେ ଦୀପକ ଦୀପିକା,

ନିଜ ମାତାପିତାଙ୍କ ପାଇଁ ଯେ ଆଲୋକିତ ତାରକା,

ସାଙ୍ଗ ମାନଙ୍କ ପାଇଁ ହେଲେ ମନୋହର ହାରିକା ,

ଜୀବନ ତାଙ୍କର ପୁଲକିତ ରହୁ ଯେମିତି ଉତ୍କୃଷ୍ଟ ଉପତ୍ୟକା |୧|


ଦିନ ସାରା କରନ୍ତି ବିଭିନ୍ନ ଗପ,

କାମ ର ଅଛି ପୁଣି ବହୁତ ଚାପ,

ଦୀପିକା ପସନ୍ଦ କରନ୍ତି ଗୀତ ଆଳାପ,

ଦୀପକ ପସନ୍ଦ କରନ୍ତି ସାଙ୍ଗ ସଂଳାପ |୨|


ଦୀପିକାଙ୍କ ସହିତ ଥଟ୍ଟା କଳି କରନ୍ତି ଆଦିତ୍ୟ ପ୍ରୀତମ,

ବଳଭଦ୍ର ରୂବୀ ସିପି ସୁଦୀପ୍ତା ଙ୍କ ସହ ସ୍ନେହ ଅନ୍ୟତମ,

ତାଙ୍କର ସକାଳ ସଞ୍ଜବେଳ ର ବନ୍ଧୁ ମିଳନ ଉତ୍ତମ,

ପୁଣି ସେଥିରେ ଦଣ୍ଡ ବୈଠକ ଢ଼ଗଢମାଳି ଅତି ଉତ୍ତମ |୩|


ଏହି ଖଟି ଯେ କେବେ ସରେନି,

ରତ୍ନାକର ପ୍ରୀତମ ପାଟି ରେ ବାଟୁଳି ବସେନି,

ହସି ହସି କେବେବି ଦୀପା ନାନୀ ହାଲିଆ ହୁଏନି ,

ସବୁ ହାସ୍ୟ କଥା କିଏ ଭୁଲି ପାରିବେନି |୪|


ନିକଟତମ ସାଙ୍ଗ ମାନେ ଡାକନ୍ତି କହି ଦୀପକ ନନା ଦୀପା ନାନୀ,

ନୂଆ ନୂଆ କଥା ଜାଗା ଖାଇବା ର ହୁଏ ଯେ ପ୍ରଦର୍ଶନୀ,

ରାଜଶେଖର କେବେ ଏହି ବାଲ୍ୟାବସ୍ଥା କଥା ଭୁଲି ପାରିବନି ,

ମନ ରେ ଚିରସ୍ମରଣୀୟ ରହିବ ଯେମିତି ଚିରସ୍ଥାୟୀ ତରଙ୍ଗିନୀ |୫|


Rate this content
Log in