Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Kumar Pradhan

Others

3  

Pradesh Kumar Pradhan

Others

ସର୍ବୋପରେ

ସର୍ବୋପରେ

1 min
13.2K


ସର୍ବୋପରେ.
ଜୀର୍ଣ୍ଣ କୁଟିରେ ଛିର୍ଣ୍ଣ ହୃଦୟ
ନିଃସ୍ତବ୍ଦ ଆଜି ବଂଶୀ ସ୍ୱନ ,
ଖଣ୍ଡ ବିଖଣ୍ଡିତ ସଂପର୍କର ରଜ୍ଜୁ
ଲୋତକର ସ୍ପର୍ଶେ ବିଚଳିତ ପ୍ରାଣ ।
ଲାଭ କ୍ଷତି ପାପ ପୂଣ୍ୟ ଅଦୃଶ୍ୟ ଅଦୃଶ୍ୟ
ଯନ୍ତ୍ରଣାର ଅସରନ୍ତି ଅନ୍ଧାରି ପଥେ ,
ନିମନ୍ତ୍ରିତ କରେ କେହି ବହୁ ଦୂରେ
ହତୋତ୍ସାହ ଆଜି ମୁଁ ଏହି ଭଗ୍ନ ରଥେ।
ଅପରିଚିତ ଶାନ୍ତି ମୈତ୍ରୀ ଭକ୍ତି ପ୍ରେମ
ସଂସାର ଟା ଲାଗେ କୋଳାହଳମୟ,
ସବୁ କିଛି ଭୁଲି ଚାଲିଛି ଚାଲିବି
ଅତିତ ଭବିଷ୍ୟତ ଲାଗେ ଶୂନ୍ୟ ଶୂନ୍ୟମୟ।
ନବାଗତ କେହି ହାତ ଧରି ଚାଲେ
କେଉଁ ଏକ ଅଫେରନ୍ତା ଅମଡା ବାଟେ,
ଗୃଧ,ଶ୍ୱାନ କରନ୍ତି ଚିକ୍ରାର
ହତାଶରେ କେହି ବାରମ୍ବାର ମଥା ପିଟେ।
ସଂଚିତ ସମ୍ପତି ଦେଇଛି ହଜାଇ
ଐଶର୍ଯ୍ୟର ମରୁ ବନେ,
ଏକା ଏକା ଲାଗେ ସବୁ କିଛି ଆଜି
ସେ ଏକା ନିଜର ଭାବିବାକୁ ହୁଏ ମନେ।ା


Rate this content
Log in