ହେ ବର୍ଷା ଦେଇଯାଅ ସ୍ପର୍ଶ
ହେ ବର୍ଷା ଦେଇଯାଅ ସ୍ପର୍ଶ
1 min
7.0K
ହେ ଦୁରଦେଶୀ ମେଘ
ତମେ କି ସେଇ ସହର ପ୍ରେମରେ
ଯେଉଁଠି ଦଲକାଏ ଛୁଆଁରେ
ଅସ୍ତବ୍ୟସ୍ତ ଜୀବନ
ତଳମୁଣ୍ଡ ବସ୍ତିରେ ପଡିଯାଏ ଭାଳେଣି
ଝାଟି ମାଟି ଛପରକୁ ରଖିବାକୁ
ବାନ୍ଧୁଥାଏ ଫାନ୍ଦ
ବାସହରା ନଟିଆ
ମୁଣ୍ଡ ଗୁଞ୍ଜିବାକୁ ।
ପାରିବ ତ ମୋ ଗାଁକୁ ଆସ
ମୋ ଗାଁରେ ବର୍ଷ
ମାଟି କଥା ଛାଡ
ଚକୋର-ଚକୋରୀର
ଏ ଯାଏଁ ତ ମେଣ୍ଟି ନାହିଁ ଶୋଷ ।
ହେ ବର୍ଷା ଦେଇଯାଅ ସ୍ପର୍ଶ
ହଳ ଲଙ୍ଗଳର ସିଆରରେ
ଜିଇଁ ଉଠୁ ନବ ଶସ୍ୟ ତୃଣ
ତାଳୁରୁ ତଳପା ଭିଜେଇଛି ଚଷା
ନିଗାଡିଛି ଟୋପା ଟୋପା ରକ୍ତ
ଦେଇଯାଅ ଆସି
ଜିଇଁଉଠୁ ମାଟିଗନ୍ଧେ
ମାଟିସହ ମଟାଳ ହେବାର
ଅତୁଟ ବିଶ୍ଵାସ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା