Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

2  

Abhakanta

Romance

ପୋଷ ପୋଷ ପଉଷର

ପୋଷ ପୋଷ ପଉଷର

1 min
7.0K


ପୋଷ ପୋଷ ପଉଷର

 

ଆଭାକାନ୍ତ ମହାନ୍ତି

 

ପୋଷ ପୋଷ ପଉଷର ପୁଲକିଆ ତାତିରେ

ପୁହାଉନି ପାରିଶୁଆ ପତାଖୋଲା ରାତିରେ,

ପୋଖତ ପାଲଟିଲାଣି

ପଇଁତରିଆ କାହାଣୀ,

ପିକଟା ବି ପେଏଁକାଳି ପରଶୁନି ପ୍ରୀତିରେ । ୦ ।

 

ମିଠା ମିଠା ମହକୁନି ମଲ୍ଲୀ ଆଉ ମାଳତୀ

ମନଫୁଲା ମହୁମାଛି ମହୁ ମୋହେ ଖେଳନ୍ତି,

ଛଣଘରୁ ଛଣାଜହ୍ନ

ଫୁଦୁକୁନି ଫାଙ୍କା ମନ,

ମୂରତିଆ ଭାବ ମିଶେ ମହୁରାଡ଼ି ମତିରେ । ୧ ।

 

ଛାପିଛାପିକିଆ ଛୁଏଁ ଛଟକିଆ ସ୍ମୃତିଟା

ମଶାଣିର ମୋହ ମିଶି ମାଡ଼ିବସେ ଛାତିଟା,

ଯତନ ଯା' ଜୁଆରିଆ

ଅବଶୋଶ ଅଳସୁଆ,

ଚମକୁଛି ଚିତ୍ତ ଚେତି ଜୁଇ ଜଳା ରୀତିରେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in