Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୭୬

ଜୀବନ ଗୀତା- ୭୬

1 min
6.4K


ଜୀବନ ଗୀତା- ୭୬
 
ସବୁରି ଉପରେ ଜୀବନ ସତ୍ୟ
ତା ଉପରେ କିଛି ନାହିଁ
ମାନ କି ନମାନ ଜୀବନ ସମାନ
ଦୁନିଆରେ ଆନ ନାହିଁ ॥୦॥
 
ମଣିଷ ଭିତରେ ମନୁଷ୍ୟତ୍ୱ ବଡ
ତାକୁ ଭୁଲିଗଲେ ମଣିଷ ତ ଜଡ
ପଶୁଠାରୁ ହୀନ ହୁଅଇ ଜୀବନ
ବଞ୍ଚିବାରେ ଶାନ୍ତି କାହିଁ ॥୧॥
 
ମଣିଷ ଅନ୍ତରେ ସ୍ନେହପ୍ରୀତି ସାର
ଗଙ୍ଗା ଯମୁନାର ଦୁଇଟି ସେ ଧାର
ସରଗରୁ ବଳି ସୁଖ ଯାଏ ମିଳି
ଜୀବନ ଧନ୍ୟ ହୁଅଇ ॥୨॥


Rate this content
Log in