Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Inspirational

2  

Pramit Mohapatra

Inspirational

ହାଏରେ ମୋ’ ପାୱାର ଚଷମା – ୭

ହାଏରେ ମୋ’ ପାୱାର ଚଷମା – ୭

1 min
6.4K


ଝିଅଟେ ଆଣିଲା ଫଟୋ ବିଡ଼ାଟି,

କହିଲା ମଉସା କର ‘’ଏଡ଼ିଟି’’,

ମୋ’ ବାବା, ବୋଉ, ମାଉସୀ, ମଉସା,

ଭାଇନା, ଭାଉଜ ପାଖ ପଡ଼ିଶା ।

କକା, ଖୁଡ଼ି ପୁଣି ଆହୁରି କେତେ,

ସଜାଇ ଆଣିଛି ବିଡାର ସାଥେ,

ନମ୍ବର ପକାଇ ଅଛି ସଜାଇ,

ଯୋଡ଼ି କରି ତୁମେ ରଖିବ ଥୋଇ ।

ଯୋଡ଼ା ‘’ପାସଫଟୋ’’ ସୁନ୍ଦର କରି

ସରଳ ଝିଅଙ୍କୁ କଲି ସୁନ୍ଦରୀ,

ମଉସା ଲାଗିଲେ “ପ୍ରଶାନ୍ତ ନନ୍ଦ”

ମାଉସୀଙ୍କ ନିଶ୍ଚେ ହେବେ ପସନ୍ଦ ।

ଫଟୋ ବିଡ଼ା ନେଇ ଦେଲା ହଜାରେ,

ମୋ’ ମନ ଆଜି ଉଡ଼େ ଆକାଶରେ,

ଭଲ ଫଟୋ ବୋଲି ଖୁସି ସେ ଝିଅ,

ପକେଟେ ମୋ’ ଛୁଟେ ଟଙ୍କାର ସୁଅ ।

ଦିନଟେ ପରେ ଯେ ଆସି ସେ ଝିଅ,

“ମଉସା ଏ’ କ’ଣ କରିଲ କୁହ ?”

ବାପାଙ୍କ ଫଟୋକୁ କଲ ସୁନ୍ଦର,

ଲାଗୁଛନ୍ତି ସେ ତ ସିନେମା ହିରୋ ।


“ଏଚ॰ଡି॰ ଇମେଜ” ଭଲ “ପ୍ରିଣ୍ଟିଙ୍ଗି”

“ବ୍ଲେଜର” ଦେଇଛ ଭଲ “ଫିଟିଙ୍ଗି”

ବୋଉ ମୋର କେଣେ ଗଲା ହେ’ ଖସି,

ପାଖେ ଅଛି ସେ ତ ‘ସିଲୁ’ ମାଉସୀ ।

ବୋଉକୁ ମୋହର ଉଠାଇ ନେଇ,

ମଉସାଙ୍କ ପାଖେ ଦେଲ ବସେଇ,

“ଫଟୋଗ୍ରାଫର” ହେ ଏକ ନମ୍ବର,

ପାଗଳ ହେ ତୁମେ କଉଠିକାର ।

ମଉସାଙ୍କର ତ ନାକରେ ରାଗ,

ସମ୍ଭାଳି ନହୁଏ ତା’ଙ୍କ ବିରାଗ,

ସନ୍ଧ୍ୟାରେ ଆସିବେ ତୁମ ଦୋକାନ,

ଦେବେ ହେ ତୁମକୁ କୋଟି ସମ୍ମାନ ।

ହାଏରେ ମୋ ପାୱାର ଚଷମା...



ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in

Similar oriya poem from Inspirational