Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୭୦

ଜୀବନ ଗୀତା-୨୭୦

1 min
325


ଜୀବନ ଯେବେ ସମସ୍ୟା ଘେରରେ

ଛନ୍ଦିହୋଇ ପଡିଥାଏ

ସକରାତ୍ମକ ଭାବନା କେବଳ

ତହିଁରୁ ଉଦ୍ଧାରି ନିଏ ॥୦॥

ସମସ୍ୟା ସଂକଟ ରହିଛି ରହିବ

ତାକୁତ ନହେବ ରୋକି

ଅମାପ ଶକତି ସାହସର ବଳେ

ଜୀବନ ଚାଲେ ତଥାପି

କାରୁଣ୍ୟ ଯେତେ ପ୍ରଖର ହେଲେବି

ପ୍ରଶମିତ ହୋଇଯାଏ ॥୧॥

ମାନବର ଦୁଃଖ ଯାତନା ଅନେକ

ଅସହାୟ ଯେଣୁ ସିଏ

ନିରୀହ ପଣରେ ସହିଯାଏ ସିନା

ବିରୋଧ କରି ନଥାଏ

ଭବିଷ୍ୟତର ସୁନ୍ଦର ସପନ

ଦୁଃଖକୁ ଭୁଲାଇ ଦିଏ ॥୨॥


Rate this content
Log in