ଅନୁରୋଧ
ଅନୁରୋଧ
1 min
1.2K
ଯେଉଁ କାମ ପାଇଁ ପଠାଇଲୁ ମୋତେ
ପ୍ରଭୁ ତୋ ଆଦେଶ ଟାଳି ମୁଁ ଦେଲି
କେଉଁ ସାହସରେ ମୁହଁ ଦେଖାଇବି
ଅବାଧ୍ୟ ଚାକର ପାଲଟି ଗଲି
ତୋର ବଡପଣେ ଦଣ୍ଡ ଦେ ରେ ମୋତେ
ମନ ଇଛା ଗାଳି ମାଡକୁ ଦେଇ
ଛାଡି ଯା’ନା ମୋତେ ଏକୁଟିଆ କରି
ମରିଯିବି ଛଟପଟ ମୁଁ ହୋଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)