Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା ଆସିଛି
ବର୍ଷା ଆସିଛି
★★★★★

© Titi Sarangi

Romance

1 Minutes   6.5K    5


Content Ranking

ବର୍ଷା ଆସିଛି ଶ୍ରାବଣ କୋଳରେ

ସବୁଜ ସ୍ବପ୍ନର ପସରା ନେଇ,

ମଗ୍ନ ବିଭୋର ପୃଥିବୀର ଛାତି

ଜୀବନ ଅଙ୍କୁରେ ମୁଗ୍ଧ ହୋଇ ।

କିଏ ରୋମାଞ୍ଚିତ କିଏ ପୁଲକିତ

ଭଙ୍ଗା ଚାଳିଆରେ ଦୁଃଖିତ କିଏ

ବର୍ଷା ନାଚୁଛି ଚପଳ ଛନ୍ଦରେ

ସତେ ବା ଫୁଲେଈ ଝିଅଟି ସିଏ ।

ପ୍ରେମିକ ଶ୍ରାବଣ ଦେଉଛି ପରଶି

ପ୍ରେମମଧୁ ବାରି ସରଗ ଛୁଇଁ

ଭୁଲି ଗ୍ରୀଷ୍ମର ଦଗ୍ଧ ଅନୁଭବ

ପୃଥିବୀ ଉଲୁସେ ବିଭୋର ହୋଇ ।

ବର୍ଷା ଶ୍ରାବଣ ମୁଗ୍ଧ

Rate the content


Originality
Flow
Language
Cover design

Comments

Post


Some text some message..