Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରିକ୍ତତାର ଗୌରବ

ରିକ୍ତତାର ଗୌରବ

1 min
6.9K


ରୋମାଣ୍ଟିକ କବି ମାୟାଧର ମାନସିଂହ


ଭାଗ୍ୟ-ଭାର ଯା ନ ଦେଇଛ ମାଥେ

ଶ୍ରେଷ୍ଠ ଆଶିଷ ମୋରେ,

ନୁଆଇଁ ପାରିବି ସହଜେ ଏ ଶିର

ହେ ନାଥ ତୋ ପଦ ତଳେ ।

ଆସନ,ଭୂଷଣ ନ ଦେଇ କରିଛ

ଜୀବନ ମୁକ୍ତ-ଭାର,

ହେ ଦେବ ସେ ଯୋଗୁଁ ଦେଉଳେ ତୁମର

ସହଜ ମୋ ଅଭିସାର ।

ଭିଡ଼ିବାକୁ ପଛୁ ରଖିନା ଯେ କିଛି

ବିପୁଳ ଏ ଜଗତରେ ;

ପରମ ଭାଗ୍ୟ ମୋରେ ।

ଶୂନ୍ୟ ରଖିଛ ପାତ୍ର ମୋର ଯା,

କୃତଜ୍ଞ ସେଥିପାଇଁ,

ପୂର୍ଣ୍ଣହୋଇବ କାଳେ ବା ତୋହର

କରୁଣା-କଣିକା ପାଇ ।

ରିକ୍ତ ଜୀବନ ଦେଇ,ଯା ତୋ ଲାଗି

ତିନ୍ତାଇଲ ଲୋତକରେ,

ଭାଗ୍ୟ ସେ ଜୀବନରେ !

ବହୁଦିନ ପରେ ଜାଣିଲି ତଥ୍ୟ

ସତ୍ୟେ ପାଇଲି ବୁଝି,

ଦୁର୍ଦ୍ଦିନେ କିପାଁ ଡାକିଛି ତୁମରେ

ଲୋତକେ,ନେତ୍ର ବୁଜି !

ନିଃସଙ୍ଗ କରି ସଙ୍ଗ ତୁମର

ଖୋଜାଇଲ ଆଖିଜଳେ,

ଭାଗ୍ୟ କହିବି କା'ରେ ?


Rate this content
Log in

Similar oriya poem from Classics