Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Others

3  

gouranga charan beura

Others

ନିତ୍ୟ ବୈକୁଣ୍ଠ

ନିତ୍ୟ ବୈକୁଣ୍ଠ

1 min
205


କୁଆଁତାରା ହସେ  ପରାଚୀ ଆକାଶେ

     ନିଶାକୁ ଦେଇ ମେଲାଣି,

ଧରଣୀର ଶୋଭା   ନବ ଗୁଂଜରଣେ

     ଶୋଭାକୁଂଜ ମେଲିଲାଣି ॥

ହଂସହଂସରାଳୀ    ଆଖି ମଳିଲେଣି

     କରିବାକୁ ପ୍ରେମକେଳି,

ତଟିନୀ କମଳେ   କଶାକେନ୍ଦୁ ଜଳେ

     ନାଚିଲେଣି ଢଳିଢଳି ॥

ପଲ୍ଲବ କୁଂଜରେ    ଭାଟ କୁମ୍ଭାଟୁଆ

     ଆରମ୍ଭିଛି ସ୍ତବପାଠ,

ଗାଆଁ ଭୂଆଶୁଣୀ    ସଜାଏ ଓଢଣୀ

    ଖୋଲିଦେଇ ଗାଈଗୋଠ ॥

କୋକିଳର କୁହୁ     ତାନ ଶୁଭିଲାଣି

     ଧଳାପାଟେ ଉଷାରାଣୀ,

ସମ୍ମୋହନ ଶେଯ    ତେଜି ନବ ବଧୂ

     ସଜାଉଛି ତାର ବେଣୀ ॥

ଘର ମଥାନରେ     ଡାମରା କାଉର

    ଶୁଭୁଛି ଘୋର ଦୁନ୍ଦୁଭି,

ଶାନ୍ତିଦୋକ ଜଳେ  ଗାଆଁ ଦାଣ୍ତ ହସେ

    ପାଇ ଶାନ୍ତିର ସୁରଭି ॥

ଶୀତଳ ସମୀରେ    ତରୁ ହିନ୍ଦୋଳିତ

    ଝିଂକାରୀ ଗାଏ ରାଗିଣୀ,

କଳକଳ ସୁରେ     ବହେ ନିର୍ଝରିଣୀ

    ସୁଷମାକୁ କରି ରାଣୀ ॥


Rate this content
Log in