Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Tragedy

5.0  

ବି. ନିରୁପମା

Romance Tragedy

ରହିଛି ପ୍ରତୀକ୍ଷା କରି

ରହିଛି ପ୍ରତୀକ୍ଷା କରି

1 min
426



         


ଏଇ ମନତଳେ କେତେ କଥା ଅଛି

ତୁମକୁ କହିବା ପାଇଁ ,

କଣ୍ଟ ଦେଇଥିଲ ସଅଳ ଫେରିବ

ଏ ଯାଏ ଆସିଲ ନାଇଁ ।

ହେ ମୋର ମନର ମିତ.....

ନବ ବସନ୍ତରେ କୋଇଲିର ସ୍ୱର

ପ୍ରସନ୍ନ କରୁନି ଚିତ୍ତ ।


ତରୁଲତା ଡାଳେ ନାନାଜାତି ଫୁଲ

ମୋହି ପାରୁନି ମୋ ମନ ,

ଅମୂଲ୍ୟ ଦରବ ହଜେଇଲା ପରି

ଲାଗୁଅଛି ରାତି ଦିନ ।

ଆନମନା ହୁଏ ଖାଲି.....

କାଳେ ଆସିଗଲ ଭାବି ମୁଁ ଚମକି

ଅଗଣାକୁ ଯାଏ ଚାଲି ।


ଆଉ କାହା ଭାବେ ବନ୍ଧାପଡ଼ି ତୁମେ

ମୋତେ କି ପାସୋରି ଗଲ ,

କେମିତି ଜାଣିବି ମୁଁ ସେଇ ବାରତା

କଥା ଦେଇ ଯାଇଥିଲ ।

ରହିଛି ପ୍ରତୀକ୍ଷା କରି......

ତୁମ ଅଗଣାକୁ ନେଇଯିବ ବୋଲି 

ସରାଗେ ମୋ ହାତ ଧରି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in