Audio

Forum

Read

Contests

Language


Write

Sign in
Wohoo!,
Dear user,
ସହରରେ ଆଜି ଉଚ୍ଛେଦ
ସହରରେ ଆଜି ଉଚ୍ଛେଦ
★★★★★

© Amiya Bej

Others

1 Minutes   6.7K    4


Content Ranking

☆☆ ସହରରେ ଆଜି ଉଚ୍ଛେଦ ☆☆
ବିକାଶ -ବିସ୍ତାର ପାଇଁ 
ଚାଲିଛି ଆଜି ଏଠି ଉଚ୍ଛେଦ l
ଉଚ୍ଛେଦ -
ଅହଙ୍କାରର , ପତିଆରାର ।
ବାଦ୍ ପଡୁନି
ବରଗଛ ସେପାଖ 
କେଉଁ କାଳୁ ପାଗେଳିର ଘର,
ବରଗଛ ଏପାଖ 
ସିନ୍ଦୂର ବୋଳା ଦିଅଁ ପଥର ।
କେ ସିନା ଗଢିଥିଲା -
ଅବାଧ ମିଛ ଅହଙ୍କାରର ଗଡ଼ !
କି ଅବା ଭୁଲ
ଯେ ତୋଳିଥିଲା - 
ନିଜ ମୃତ୍ୟୁର ନଡା ଛପର ???
ସବୁ ଏକାକାର
ବିକାଶ - ବିସ୍ତାର ପାଇଁ 
ସହରରେ ଆଜି ଉଚ୍ଛେଦ ।।।।।

☆ ଅମିୟ ବେଜ୍☆

ସହରରେ ଆଜି ଉଚ୍ଛେଦ

Rate the content


Originality
Flow
Language
Cover design

Comments

Post


Some text some message..