ରାଧା ରତନରେ
ରାଧା ରତନରେ
ରାଧା ରତନରେ ରାଧା ମୋହନରେ
କାହିଁ ଗଲା ତୋର ବଂଇଶୀର ସ୍ଵନ
ଭାଳେଣି ପଡିଛି ଗୋପୀଙ୍କର ଏବେ
ନରକ ଦିଶୁଛି ଶିରି ବୃନ୍ଦାବନ।
ଛାଡି ଦ୍ଵାରକା ତୁ ଗଲୁ ହସ୍ତିନାରେ
ବୃନ୍ଦାବନେ ଲୀଳା ହେଲା କି ଅବନା
ନଟିଆ ଖଟିଆ ଲଟପଟିଆରେ
ଛଳ ବିନା କାହିଁ ରହି ତୁ ପାରୁନା
କୁନ୍ତୀ ପୁତ୍ର ଜାଣି ସୁତ ଦଇବତ
ସଖାପଣ ଦେଇ ହେଲୁ ତୁ ରକ୍ଷକ
ବିପଦ ଆପଦେ ତୁହି ତାଙ୍କ ପାଖ
ମୋବେଳକୁ ଯାହା ଶ୍ରୀମୁଖ ଆରୁଖ
ତୋଗୁଣ ଗାନରେ ମୋର ମନ ମୋହେ
ସତେକି ଚନ୍ଦନ ବାସୁଛି ମଳୟେ
ଗାଉଥିଲେ ଗାଥା ତୁଣ୍ଡ କି ଅଥାଏ
ଆନନ୍ଦ ଆସରେ ମନ ମୋ ପୁରାଏ
ତୋର ଚରିତକୁ କର୍ଣେ ଶୁଣି ଶୁଣି
ତୋର ମହିମାରେ ହେଉଛି ମୁଁ ଗୁଣି
ତୋର ନାମ ସଦା ମୁଖେ କହି କହି
ଦେଖିବି କେତେ ତୁ ହୋଇବୁ ଉଜାଣି
ପ୍ରଶାନ୍ତ କୁମାର ହୋତା