Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramit Mohapatra

Others

2  

Pramit Mohapatra

Others

ଫଗୁଣ ତୁ ଗଲା ପରେ

ଫଗୁଣ ତୁ ଗଲା ପରେ

1 min
7.0K


କେତେ ତୋତେ ଝୁରେ ଏଇ ମନ ମୋର

ଫଗୁଣ ତୁ ଗଲା ପରେ ,

ଭରିଥିଲୁ ରଙ୍ଗ ଜନଙ୍କ ମନରେ

ମନ ତୋତେ ଆଜି ଝୁରେ ।

ଶୀତକୁ ବିଦାୟ, ଗ୍ରୀଷ୍ମକୁ ସ୍ବାଗତ

କରୁ ତୁ ପ୍ରତି ବରଷ,

ସାତ ରଙ୍ଗ ଭରୁ ଜନଙ୍କ ଜୀବନେ

ମନରେ ଆଣି ହରଷ ।

ଚଇତର ତାତି, ବୈଶାଖର ଖରା

ଯେବେ ନ ସହେ ଏ ଦେହ

ତୋତେ ଝୁରି ପରା ଜନଙ୍କ ଜୀବନେ

ଅଧିରେ ଉଠଇ କୋହ ।

ସ୍ବଳ୍ପ ସମୟର ଆନନ୍ଦ ତୁ ଦେଇ

ବରଷେ ହେଉ ଉଭାନ,

ରଙ୍ଗୀନ ଫଗୁଣ ଏ ବାତୁଳ ମନ

ଝୁରେ ତୋତେ ରାତି ଦିନ ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in