Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Mahapatra

Others

3  

Sasmita Mahapatra

Others

କେମିତି ଏ ସ୍ଵାଧୀନତା *********************

କେମିତି ଏ ସ୍ଵାଧୀନତା *********************

1 min
7.1K


କେମିତି ଏ ସ୍ଵାଧୀନତା
*********************
ସ୍ଵାଧୀନତାର ରଙ୍ଗ ଏଠି ଝଲମଲ
ଅନାଗତ ସୁଖର ସକାଳ ପରି
ହାତ ମୁଠାରେ ଧରି
ହଜେଇ ଦେଲା ଭଳି
ସୁନା ଚଢେଇ ଟିଏ..।
ମଧ୍ୟ ନିଶିଥରେ ସ୍ଵପ୍ନ ଦେଖୁଥିବା
ଏମିତି ଦୁନିଆ ଟିଏ
କେତେବେଳେ ଥମ୍ ଥମ୍
ଅଗ୍ନିଭିଜା ଆକାଶଟେ
ବିଶ୍ଵାସଘାତକତାର  କଳାମେଘ
ଢାଂକି ହେଇ
ଏଠି ପ୍ରତାରଣାର ଛାଇ ତଳେ
ନଇ ଆସେ
ଅବିଶ୍ଵାସର ଅନ୍ଧକାର
ଘୃଣାର ଅଭିସାର ନେଇ
ମରୁଭୂମି ପରି ମାଟି ଲୋଡେ 
ବାରିଧାରା
ରକ୍ତର ହୋଲିଖେଳ...
କେମିତି କହିବି ନିଜକୁ
ସତରେ ମୁଁ ସ୍ଵାଧୀନ ବୋଲି...।
ସତରେ କେବେ କି
ଏମିତି ସକାଳଟିଏ ଆସିବ
ସ୍ଵାଧୀନତାର ସୁନେଲି
ସୁରୁଜଟେ ନେଇ...
ଘୁଂଚି ଯିବ ଅସୂୟାର ଅନ୍ଧକାର
ଥମିଯିବ ରକ୍ତର ହୋରିଖେଳ
ପବନରେ ଖେଳିଯିବ
ସହସ୍ର ଫୁଲର ବାସ୍ନା
ସଦ୍ ଭାବନାର ଫଲ୍ଗୁ ବୋଳି
ଆକାଶରୁ ଓହ୍ଲେଇ ଆସିବ
ସ୍ଵାଧୀନତା - ନୂଆ ଏକ
ରୂପ ନେଇ
କଅଁଳା ପିଲାର
ଦରୋଟି ଭାଷା ଭଳି
ଚାରିଆଡେ ଖେଳିଯିବ
ସ୍ନେହ , ପ୍ରେମ, ପ୍ରତ୍ୟୟର
ମିଠା ଗୁଂଜରଣ
ବିଶ୍ଵାସର ଦୀପଶିଖା ତେଜି
ବନ୍ଧୁକ କମାଣର
ଗର୍ଜନ ଭିତରୁ
ଭଲ ପାଇବାର ସବୁଜ ଆଶାରେ
ଜୀବନର ସଂହତି ଭିତରେ
ଜନ୍ମ ନେବ ନୂତନ ସକାଳ
ମୋ ପାଇଁ -  ମୋ ସ୍ଵପ୍ନର
କଳ୍ପିତ ଭାରତ...।


Rate this content
Log in