Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Tragedy

2  

pratap nayak

Tragedy

ଏକା ଥିଲାବେଳେ

ଏକା ଥିଲାବେଳେ

1 min
225


ପ୍ରତାପନାୟକ

7008054282


ଏକା ଏକା ପୃଥିବୀଟା ଦ୍ୟୁଗୁଣିତ ଲାଗେ

ଏଇ ଯେମିତି

ତୋ ଭଲ ପାଇବା

ତୋ ଆବେଗ

ତୋ ଛାତି ତଳର ସ୍ପନ୍ଦନ

ସତରେ ଭାବି ବସିଲେ ଏକା ଏକା

ଶିହରଣ ଖୋଳିଯାଏ

ମୋ ମନରେ ହୃଦରେ

ଛାତିରେ ପୁଣି ସାରା ଶରୀରରେ

ମନେ ପଡେ ଯେବେ

ଗୁମସୁମ ଖରାବେଳ

କୁଳୁ କୁଳୁ ନଇକୂଳ

ଅବା ଜୋତ୍ସ୍ନା ଧୌତ ରାତି

କି ବର୍ଷା ଭିଜା ତାତି

ଲାଜ ଲାଗେ ପୁଣି ନିଜେ ନିଜ ଠାରେ

କେବଳ ଏକା ଥିଲାବେଳେ

ଏକା ଥିଲାବେଳେ ତୋ ଚିନ୍ତା ଚେତନା

ମାନ ଅଭିମାନ

ଖିଲିଖିଲି ହସ

ଆଉ ଚୁପିଚୁପି ଲୁହ

ସବୁଥିରେ ଭାଗ ମୋର ଦ୍ୟୁଗୁଣିତ ହୁଏ

ସବୁଥିରେ ଭାଗ ମୋର ଦ୍ୟୁଗୁଣିତ ହୁଏ

କେବଳ ଏକା ଥିଲାବେଳେ

ହଁ ନିରୋଳାରେ ଏକାଥିଲାବେଳେ

ଏକା ଏକା ପୃଥିବୀଟା ଦ୍ୟୁଗୁଣିତ ହୁଏ


Rate this content
Log in

Similar oriya poem from Tragedy