ସେଦିନ ଖିଆଲେ
ସେଦିନ ଖିଆଲେ
ସେଦିନ ଖିଆଲେ
ଆଭାକାନ୍ତ ମହାନ୍ତି
ସେଦିନ ଖିଆଲେ ମୋ ମନ-ମନ୍ଦିରେ
ତୋଳିଲ ଯେଉଁ ଝଙ୍କାର
ଆଜି ବି ଶୁଣୁଛି ବିଭୋର ହୋଇ ମୁଁ
ସେଇ ଛନ୍ଦ, ସେଇ ସୁର । ୦ ।
ମନଟା ନୁହଁ କାଠ କି ପଥର
ଅବା ଗୋ ମାଟି-ଖେଳନା
ଭାଙ୍ଗିଗଲେ ଥରେ ଗଢି ହେବ ବୋଲି
ଭାବିବାଟା ବୃଥା ସିନା
ସେଇ ସଉରଭ ହାସ-ପରିହାସ
ଫେରାଇବାଟା ଗୋ ନିଠୁର ପ୍ରୟାସ
ଆଜି ସିନା ଏଇ ଅବଲମ୍ବନ ଗୋ
ବେପଥୁ ବିହୀନ ସୁର । ୧ ।
ସରିଛି ଗୋ ଗୀତ ବୀଣାରୁ ଯାହାର
ଜୀବନୁ ତୁଟିଛି ଶିରୀ
କି ଲାଭ କହ ବା ଆଜି ଏ ଅଳିକେ
ବୃଥା ଅଭିମାନ କରି
ସେଦିନ ହଜିଛି ଦୂରେ ବହୁଦୂରେ
ବ୍ୟର୍ଥତା ଗୋ ଖାଲି ଆଜି ଏଇ ସୁରେ
ଜରାଜଷ୍ଟି ପରି ଅତୀତ ଶୋଚନା
ଆଜିରେ ସିନା ଗୋ ସାର । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧