Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational Others

3  

Writer Roja Panda

Inspirational Others

ସୁବର୍ଣ୍ଣ ଭାରତ

ସୁବର୍ଣ୍ଣ ଭାରତ

1 min
6.8K


ଯେ ଥିଲା ଦିନେ ସୁବର୍ଣ୍ଣ ଚଢେଇ

ଉଡି ବୁଲୁଥିଲା ତା ଡେଣା ବାଡେଇ

ସେଇ ସ୍ୱତନ୍ତ୍ରତା ଆଜି କାହିଁ ?

ଗୀତ ଗାଇବା ତ ଦୂରର କଥା

କଥା ପଦେ କହୁନାହିଁ ।

ଯେ ଥିଲା ଦିନେ ଶାନ୍ତିର ପ୍ରତୀକ

ସତ୍ୟର ପ୍ରତୀକ ,

ଜନ୍ମିଥିଲେ ଯହିଁ ଗାନ୍ଧୀ ଓ ଅଶୋକ

ସେଇ ଶାନ୍ତି ଆଜି କାହିଁ ?

ସେଇ ସତ୍ୟ ଆଜି କାହିଁ ?

ଚାରିଆଡେ ଖାଲି ଅସତ୍ୟ ,ଅଶାନ୍ତି

ସତ୍ୟ ଓ ଶାନ୍ତିର ବାର୍ତ୍ତା ନାହିଁ ।

ଯେ ଥିଲା ଦିନେ ପୁଣ୍ୟ ପବିତ୍ର ଭୂଇଁ

ଗଢିଉଠିଥିଲା ଯହିଁ କାରୁ କୋଣାର୍କ

ପୁରୀ ମନ୍ଦିର ଆଉ ଲିଙ୍ଗରାଜ

ସେଇ ପବିତ୍ରତା ଆଜି କାହିଁ ?

ଜନ୍ମିଥିଲେ ଯେ ବୀର ପୁତ୍ର ତାର

ଆଉ କି ଜନ୍ମିବେ ନାହିଁ ?

ତାଙ୍କ ବିନା ଆଜି ଶୂନ୍ୟ ଏ ଭାରତ

ଶୂନ୍ୟ ଏ ପବିତ୍ର ଭୂଇଁ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya poem from Inspirational