ଜୀବନ ଗୀତା-୧୪୦
ଜୀବନ ଗୀତା-୧୪୦
1 min
13.7K
ଜୀବନ ଗୀତା-୧୪୦
ଜୀବନ ଯେତିକି ବ୍ୟକ୍ତ
ସେତିକି ଅବ୍ୟକ୍ତ
ଜୀବନ ଯେତିକି ପୂର୍ଣ୍ଣ
ସେତିକି ବି ରିକ୍ତ ॥୦॥
କେତେ ଲୁହ ଝରିଯାଏ
ତକିଆ ଭିଜାଇ
କେତେ ଦୀର୍ଘଶ୍ୱାସ ଛାଡ଼େ
ହୃଦୟ ହଜାଇ
ସେସବୁର ଦସ୍ତାବିଜ
ରହେ ମହଜୁଦ
ହୃଦୟ ରକ୍ତରେ ସିନା
ହେଉଥାଏ ସିକ୍ତ ॥୧॥
କେତେ ଆଶା ମରିଯାଏ
ଆଶଙ୍କାର ତଳେ
କେତେ ହସ ଲିଭିଯାଏ
ଓଠ ଉପକୂଳେ
ସେସବୁ ପଞ୍ଜୁରି ପକ୍ଷୀ
ବେଦନାର ସାକ୍ଷୀ
ହୁଅନ୍ତିନି କେବେହେଲେ
ଜୀବନରେ ମୁକ୍ତ ॥୨॥