Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଦେହ ଓ ସ୍ନେହ

ଦେହ ଓ ସ୍ନେହ

1 min
6.7K


ରୋମାଣ୍ଟିକ କବି ମାୟାଧର ମାନସିଂହ


ପାଇଲି ମୁଁ ସ୍ନେହ-ରତ୍ନ ଦେହେ ଅବଗାହି

ମୁକ୍ତା ପାଇ ଫେରିଛି ମୁଁ ଗୁଞ୍ଜା ଖୋଜି ଯାଇ ।

ପ୍ରିୟାର ସରସ ସ୍ନେହ ଦେହ-ଅବସାନ

କରିଅଛି ଶେଷେ ମୋର ।ଆତ୍ମା,ପରିତ୍ରାଣ

ଲଭିଛି ବନ୍ଧନ ଦେଇ,ଇନ୍ଦ୍ରିୟର ଶେଷେ

ଅତୀନ୍ଦ୍ରିୟ ସୁଖ ଲଭି ଆଜି ଅବଶେଷେ

ହୋଇଛି ମୁଁ ଜିତେନ୍ଦ୍ରିୟ ।ଆଜି ଯେବେ ପ୍ରିୟା

ପାଶେ ଆସି ଯୁକ୍ତକରେ ହିୟା ସଙ୍ଗେ ହିୟା

ଭୁଲେ ମୁଁ ଶରୀର-ସ୍ପର୍ଶ; ଅନୁଭବେ ଖାଲି

ତା' ଦେହ-ମନ୍ଦିର ମଧ୍ୟେ,ପ୍ରିୟା ମୋର ଜାଳି

ରଖିଛି ଯେ ପ୍ରେମ-ଶିଖା; ଉଷ୍ଣତା ତାହାର

ତା' ଜଡ଼-ଶରୀର ଭେଦି ମୋ ଦେହେ ସଞ୍ଚାର

କରୁଛି ଜୀବନ ରସ ।ପ୍ରଣୟ ଆମ୍ଭର

ରୂପପର ଥିଲା ଦିନେ ଆଜି ରୂପୋତ୍ତର ।

ସମାପ୍ତ


Rate this content
Log in

Similar oriya poem from Classics