Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଲକ୍ଷ୍ୟ

ଲକ୍ଷ୍ୟ

1 min
158


ଯାଜ୍ଞସେନୀ ସ୍ୱୟମ୍ବରେ ଲକ୍ଷ୍ୟ ଥିଲା ମାଛର ଆଖିକୁ ତୀର

ଜଳଛାୟା ଦେଖି ମାରିବ ତାହାକୁ ଘୁରୁଥିବ ତା'ର ଶିର ।


ଲକ୍ଷେ ରାଜା କରି ନପାରିଲେ ଯାହା ବ୍ରାହ୍ମଣ ବେଶୀ ଅର୍ଜୁନ

ଅଚୀରେ ସଂପାଦି ଦୃପଦ କନ୍ୟାକୁ ପ୍ରାପ୍ତ କଲେ ଦିତିକୃଷ୍ଣ ।


ଲକ୍ଷ୍ୟ ଅଟଳ ଅଭ୍ୟାସ ଫାଲ୍ଗୁନୀ କରିଥିଲେ ବାଳକାଳେ

ଅନ୍ଧକାର ମଧ୍ୟେ ଲକ୍ଷ୍ୟ ସାଧନ ଅବ୍ୟର୍ଥ ଅଭ୍ୟାସ ବଳେ ।


ଲକ୍ଷ୍ୟଭେଦ ପାଇଁ ଏକଲବ୍ୟ ଗଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଠାଇଁ ,

ଗ୍ରହଣ ନକଲେ ପ୍ରତିମା ସଂସ୍ଥାପି ଅଭ୍ୟାସ କଲେ ସେ ସାଇଁ।


ଲାଖବିନ୍ଧା ପରି ମହତ ସାଧନା ଆଦିବାସୀ ସଭ୍ୟତାରୁ

ହିଂସ୍ର ପଶୁ ଠାରୁ ସୁରକ୍ଷା ଯୋଗାଏ ପକ୍ଷୀ ଶିକାର ଆଶାରୁ।


ଅଲମ୍ପିକ୍ କ୍ରୀଡା ପ୍ରତିଯୋଗିତାରେ ଲାଖ ବିନ୍ଧା ଯୋଗ କରି

ମହତ ବିଦ୍ୟାକୁ ଉପଯୁକ୍ତ ମାନ ଦେଲେଟି ମୋହର ମାରି ।


ମହାକାଶ ଯାତ୍ରା ଉନ୍ନତ ଲକ୍ଷ୍ୟ ନାନୋ ସେକେଣ୍ଡ ଗଣନା

ଭ୍ରଷ୍ଟ ହୋଇଲେ ସଂଯୋଗ ନହେବ ପରମାଦ ବୃଥା ସିନା ।


ଆଧୁନିକ ଜୀବନରେ ଲକ୍ଷ୍ୟର ମହତ୍ତ୍ୱ ପ୍ରତିପାଦିତ

ଲକ୍ଷହିନ ନର ଫଳପ୍ରାପ୍ତିର ଆଶା ନହୁଏ ଉଦିତ ।


ଲକ୍ଷ୍ୟ ଯହିଁ ଉଚ୍ଚ ପଥ ସ୍ଥିର କରି ଯୋଜନା ସାଧନା କଲେ

ସିଦ୍ଧି ଆପଣା ଛାଏଁ ଧରାଦେବ କଳ୍ପନାରେ ନାହିଁ ମିଳେ ।


ଲକ୍ଷ୍ୟ ଭ୍ରଷ୍ଟ ହେଲେ ସିଦ୍ଧିର ମାର୍ଗ ହେବ ନିଶ୍ଚେ ବାଟବଣା

ପାଣି ଯେତେ ଢାଳ ମାଠିଆ କି ପୁରେ ଥିବ ଯଦି ତହିଁ କଣା



Rate this content
Log in