Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Tragedy

3  

Kamala Satpathy

Tragedy

ଚାଷୀ ଆତ୍ମହତ୍ୟା

ଚାଷୀ ଆତ୍ମହତ୍ୟା

2 mins
397



ଜାତୀୟ ସ୍ତରରେ କୃଷି ବୃଦ୍ଧି ହାରେ

ଓଡିଶା ସବୁଠୁ ଆଗରେ

କହି ବାହାସ୍ଫୋଟ ମାରଇ ସର୍କାର

ବଡ ବଡ ମଞ୍ଚ ଉପରେ ।

ମରୁଡି ପଡିଛି, ଲେଡା ବି ମାଡିଛି

ଫସଲ ଯାଇଛି ଉଜୁଡି

କପାଳରେ କର ଦେଇ ବସିଅଛି

ଚାଷୀକୂଳ ଦାନ୍ତ କାମୁଡି ।

ଋଣ ପାଇଁ ଆଶା କରି ବସିଥିଲା

ମିଳିଲେ କରିବ ଚାଷ

ଋଣ ଯା’ ମିଳିଲା, ଆଖି ନଦେଖିଲା

ଉଡେଇ ଦେଲା ଫକାସ ।

ଅଧକ ଜମିରେ ହୋଇନାହିଁ ଚାଷ

ପାଣିର ଅଭାବ ପାଇଁ

ଯେଉଁ ଅଧକରେ ହେଇ ଯାଇଥିଲା

ଲେଡା ଗଲେ ତାକୁ ଖାଇ ।

କି ହେବ ଅମଳ, ପରିଶୋଧ ଋଣ

ଭାବି ଭାବି ମଥା ଘୂରେ

ଗୋଡ ଭାଙ୍ଗି ଠିଆ ହେବାକୁ ପଡୁଛି

ସକାଳୁ ନେତା ଦୁଆରେ ।

ମନ୍ତ୍ରୀ ଦେଇଛନ୍ତି ଅଭୟ ବଚନ

ଋଣ ଛାଡଦେବୁ ଭାଇ

ଲେଡା ପୋକ ପାଇଁ ଔଷଧ ସ୍ପ୍ରେୟର

ସବୁ ତ ଦେବୁ ଯୋଗାଇ ।

ବିଗତ ବର୍ଷରୁ ହେଉଅଛି ଦାବି

ମରୁଡି ଘୋଷଣା କର

ନେତାଙ୍କ ଆଖିକୁ ନ ଦିଶେ ସେସବୁ

କହନ୍ତି ରାଜ୍ୟ ସୁନାର ।

ଅମାରରୁ ଧାନ ସରି ତ ଗଲାଣି

ମାଙ୍କଡଚିତ୍ ମାରେ ହାଣ୍ଡି

କେମିତି ଭରିବ ପରିବାର ପେଟ

ଚିନ୍ତାରେ ଶୁଖଇ ଗଣ୍ଡି ।

ସାର ମିଳୁନାହିଁ, ଟଙ୍କା ମିଳୁନାହିଁ

ମିଳୁନି ଟୋପାଏ ପାଣି

ଭୋକ ଉପାସରେ ପେଟ ଛୁଆଟାର

ଅନ୍ତନାଡି ଶୁଖିଲାଣି ।

ଆନ୍ଦୋଳନ ପରେ ଆନ୍ଦୋଳନ ଚାଲେ

ଗାଁ ଗାଁ ସାହି ସାହି

ସରକାରଙ୍କର କୁମ୍ଭକର୍ଣ୍ଣ ନିଦ

ତଥାପି ବି ଭାଙ୍ଗୁନାହିଁ ।

କେତେ ଆଉ ଭୋକ ଉପାସ ଦେଖିବ

ଛାତିକୁ ପଥର କରି

ଟୋପାଏ ବିଷରେ ସବୁ ଦୁଃଖକଷ୍ଟ

ଆଖିରୁ ଯିବ ଉଭେଇ ।

ମିଡିଆ ଧାଇଁଲା, ନେତା ବି ଧାଇଁଲେ

କେତେ ବଡ କଥା ହେଲା

ଆର୍ଥିକ ଦୁର୍ଦ୍ଦଶା ପାଇଁ ଚାଷୀପୁଅ

ପ୍ରାଣଟାକୁ ତ୍ୟାଗିଦେଲା ! 

ବିରୋଧିବାଲାଏ ଗଳାକୁ ଫଟେଇ

ସର୍କାରଙ୍କୁ ଦୋଷ ଦେଲେ

ଚାଷୀ ଆତ୍ମହତ୍ୟା ପାଇଁ ଦାୟୀ କରି

ଇସ୍ତଫା ଦାବି କରିଲେ ।

ହେଲା ରାଜନୀତି, ସେଠି ଦିନରାତି

ଡେରା ବାନ୍ଧି ବସିଗଲେ

ଗୁଣ୍ଡାଏ ପାଇଁକି ପ୍ରାଣ ଯାଇଥିଲା, 

ଖିରି ପୁରୀରେ ଭସେଇଦେଲେ ।

ବିରୋଧିଙ୍କୁ ଡରି ସର୍କାର ବାପୁଡା

ଧାଇଁଲେ ରାଜଧାନୀ ଛାଡି

ମୁହଁ ଅନ୍ଧାରରୁ, ବିରି ଚାଉଳରେ

ଘର ତା'ର ଦେଲେ ଭରି ।

ମିଡିଆ ଆଗରେ ଛାତିକୁ ଫୁଲେଇ

କହିଲେ ବସିକି କଥା

ଏ ଗାଆଁର ଚାଷୀ ମରିବା ପଛରେ

ନଥିଲା ଚାଷର ବ୍ୟଥା ।

ଘରକଳି ସହି ନପାରି ତ୍ୟାଗିଛି

ନିଉଛୁଣା ପ୍ରାଣ ତା'ର

ମାଇପ ପିଲାଙ୍କ ଜଞ୍ଜାଳ ବିଷମ

କି କରିବ ସରକାର !

ଋଣଛାଡ ଆମେ କରିଛୁ ଆଗରୁ

ଦେଇଛୁ ସାହାଯ୍ୟ କେତେ

କ୍ୟାମେରା ଆଗରେ ବିରୋଧିବାଲାଙ୍କ

ମିଛ ହୋ ହଲ୍ଲା ଯେତେ !

ହେବନାହିଁ ତାଙ୍କ ମସୁଧା ପୂରଣ

କରନ୍ତୁ ଫନ୍ଦି ଫିକର

କଥା ମୁଁ ଦେଉଛି, ପୂରା ପାଞ୍ଚ ବର୍ଷ

ଚଲେଇ ନେବି ସର୍କାର ।

-0-


Rate this content
Log in

Similar oriya poem from Tragedy