ପ୍ରକୃତି .... ନା ପ୍ରକୃତି ଛ
ପ୍ରକୃତି .... ନା ପ୍ରକୃତି ଛ
ଜଙ୍ଗଲଟି ଥିଲା ଅମଡ଼ା ବାଟ,
ସହର ତୋଳି ମୁଁ କରୁଛି ନାଟ,
ଗଛ କାଟି କଲି ଘର ଦୁଆର,
କହେ ପୁଣି ଭାଇ କି ଦୋଷ ମୋର ।
ସହରକୁ କରି ଏତେ ସୁନ୍ଦର,
ଚଲାଉ ଆମେ ଯେ ଗାଡ଼ି ମଟର,
ପରିବେଶ ହେଉ କେତେ ଦୂଷିତ
ସରଗ ଭଳିରେ ଦିଶୁ ମରତ ।
ଦେହଟି ଚିକଣ ଭିତର ଖୋଳ
ଦୁନିଆ ସାଥିରେ ଦେଇ ମୁଁ ତାଳ
ଗଛ କାଟି ମୁଁ ଯେ ଗଢେ ସହର
ଜଙ୍ଗଲକୁ କରୁଛି ଛାରଖାର ।
ଏଣେ ବଢୁ ପଛେ ଦୁନିଆ ରୋଗ
ମନର ରାଜା ମୋ ଭାରି ସରାଗ,
ଭଲ ବୁଦ୍ଧି ଯେବେ ପଶିବ କାଲି
ଜଙ୍ଗଲଟି ହେବରେ ମରୁବାଲି ।
ସମୟ ପୂର୍ବରୁ ହୁଅ ସଜାଗ
ସବୁଜିମା କର ସକଳେ ଭୋଗ,
ଭବିଷ୍ୟ କୁ ଟିକେ ମନରେ ହେଜ,
ଧରାଟି ରହୁରେ ଚିର ସବୁଜ ।
ମୁନ୍ନା ମହାପାତ୍ର, ଗୁଣପୁର