Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

4  

Abhakanta

Others

ପାଉଥାନ୍ତା ପାଟଳତା

ପାଉଥାନ୍ତା ପାଟଳତା

1 min
12.7K


ପାଉଥାନ୍ତା ପାଟଳତା

 

ଆଭାକାନ୍ତ ମହାନ୍ତି

 

ଘୁମ୍ କରି ଘୋରେ ଘଟାଧାରୀ କିଆଁ

       ଘୋଡ଼େଇ ଘୁଙ୍ଗୁଡ଼ି ମାରେ,

ଭଡ଼କିଗଲାଣି ଭଟକା ବାଦଲ

       ଭଉଁରିଆ ଭଣତିରେ  ।

 

ଜିଇଁବାର ଯେତେ ଜିଜ୍ଞାସା ଜଣାଇ

       ଜୁଇ ଗାତେ ଘାସ ଜଣେ,

ଗୁଳୁଗୁଳି ଗିଳି ଗମଗମେ ବି ସେ

       ଗମାତେ ଗଣତି ଗଣେ  ।

 

ଦଦରା ଦେଉଳ ଦଧିନଉତିଟା

       ଦଇଆ ଦାଢ଼ରେ ପଡ଼ି,

ଧୂସର ଧଉଳି ଧରା ଧଳା ସ୍ତୂପେ

       ଧ୍ୟାନେ ଦେଖେ ଆଖି ଫାଡ଼ି  ।

 

ପାଇକ ପୁଅର ପରାସ୍ତ ପରଶେ

       ମଗଧପତିଙ୍କ ଗୁଣ,

ବଇଭବୀ କଳା ତୁମରି ବିରହେ

       ଆଜି ବେଦନା ବିଦୀର୍ଣ୍ଣ  ।

 

କେଉଁ କାରିଗର କୋଟିକମେ କାଟି

       କୋଟି ଆଶା ଧରିଥିଲା,

କାହା ଅବିଚାରେ କଳା-କଉଶଳେ

       କାଦୁଅ କୋଳେଇ ନେଲା ?

ଆକାଶଛୁଆଁ ସେ ଅୟୁତ ଆଶାକୁ

       ଅସ୍ମିତାର ଅସଙ୍ଗତି,

ଦାବେ, ଦରଭଙ୍ଗା ଦେଉଳ ଦୁଆରେ

       ଦୁର୍ମଦ ଦମ୍ଭର ଦାନ୍ତି  ।

 

ବିଚାର ବିହୀନେ ତୁମ ବଡ଼ କଥା

       ଆଜିରେ ବିରହୀ ବ୍ୟଥା,

ନୋହିଲେ ପାଇକ ପୁଅ ପ୍ରେମ ଆଜି

       ପାଉଥାନ୍ତା ପାଟଳତା  !

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in