Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ଝିଅ ହୁଏ ଧଇଁସଇଁ

ଝିଅ ହୁଏ ଧଇଁସଇଁ

1 min
6.6K


ଝିଅ ହୁଏ ଧଇଁସଇଁ

 

ପର୍ଶୁରାମ ବିଶ୍ୱାଳ

 

ଆର ଜନମକୁ କାଳିଆରେ ମୋର ପୁଅ ଜମା ଲୋଡ଼ା ନାହିଁ

ଜନମ ଦେଇଚି ତିନି ପୁଅ ସବୁ ନିଜ ଗୋଡ଼େ ଠିଆ ହୋଇ

ମୋ ରୋଗଶେଯରେ କେହି ନାହିଁ ପ୍ରଭୁ

ଝିଅ ହୁଏ ଧଇଁସଇଁ ।

 

ମୋ ବଡ଼ ମଝିଆଁ ପୁଅ ବୁଝିଗଲେ କେତେ ଅଛି ଜମା ଟଙ୍କା

ସାନପୁଅ ଆସି ବୁଝିଲାରେ ଜଗା ଜମି ଖତିଆନ ଖାତା

ଲାଜ ମୋତେ ଲାଗେ, ପଚାରନ୍ତି ବୋହୂ

ଆଉ କିଛି ଅଛି କାହିଁ ?

 

ବୁଢ଼ୀର ଏସନ ହେଲା ବର୍ଷିକିଆ, ନାହିଁ ପୁଅ-ବୋହୂ ଦେଖା

ଆସିଲେ ନାହିଁ ସେ ଦବାକୁ ପଡ଼ିବ ବୋଲି କାଳେ କିଛି ଟଙ୍କା

ଇମିତିକା ପୁଅ ଯାହାର ଥବ ସେ

ତା’ର ତୁ ଅଛୁ ଗୋସେଇଁ ।

 

ମୋର ଝିଅ ଏକା କଲା ସବୁ କାମ, ଛାଡ଼ି ତା ଘରସଂସାର

ତିନିମାସ ହେଲା ପଡ଼ିଚି ମୁଁ ଘରେ, ଏକା ସେ ସାହାଟି ମୋର

ଏମିତି କଥାରେ କିଆଁ ମୁଁ କରିବି

ଗୁହାରି ମୋ ପୁଅ ପାଇଁ ?

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in