Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others Comedy

5.0  

Lalatendu Kabi

Others Comedy

ନିୟତିର କବିତା

ନିୟତିର କବିତା

2 mins
13.6K


 

ନିୟତିର କବିତା  [The Song of Destiny]  

 

ପ୍ରଥମ ଅଭିରୂପ [format-1]

ଶରତ ହେମନ୍ତ ଶୀତ ବସନ୍ତ ଉଷ୍ମନ 

ବରଷା ସଂଗୀତ କରିଅଛି ବିରଚନ;

ଶିଳ୍ପୀ କଳାକାର  ନାଟ୍ୟନାୟକର ଘର୍ମ

ଦେଖିଛି ମୁଁ ଲେଖିବାକୁ ଚାଳିଛି କଲମ ||-

ବଂଶ-କ୍ରୀଡ଼ାଚକ୍ର-ବାଳା ମୁକ୍ତ-ଇନ୍ଦ୍ରଜାଲ,

ଉଦ୍ରଥ-ପ୍ରାୟୁଧ, ହଟ୍ଟ–ଜନ ଦ୍ୟୂତ ଖେଳ,

ଦୁଷ୍ପୀତ, କଳହରତ, ପ୍ରମତ୍ତ, ପାଗଳ

ଚକ୍ଷୁ ତଳେ ଛଳେ ଦେଖିଅଛି ନେତ୍ରଜଳ ||-

ଦେଖିଛି ଗୃହିଣୀ ଗୃହୀ, ସଧବା ବିଧବା,

କିଶୋର ବାଳକ ଶିଶୁ ପ୍ରୌଢ଼ ବୃଦ୍ଧ ଯୁବା,

ପ୍ରେମାତୁରା, ବିରହିଣୀ, ଅନୂଢ଼ା, ଲଟଭା,

ନିଷ୍ଫଳା ଯୋଷିତା, ତ୍ୟକ୍ତା, ସନ୍ତାନସମ୍ଭବା,-

ଶ୍ରମିକ ସୈନିକ ବ୍ୟବସାୟୀ କର୍ମଚାରୀ,

ଛାତ୍ର ଛାତ୍ରୀ ପ୍ରିୟ ପ୍ରିୟା ଉଜ୍ଝକ ପୂଜାରୀ,

କାମୁକ କାମିନୀ ସହଚର ସହଚରୀ,

ସକଳ ଈକ୍ଷଣେ ଦେଖିଅଛି ଅଶ୍ରୁବାରି  ||-

ତହୁଁ ବିଶ୍ରମ୍ଭ କଳ୍ପନା କରି କିମ୍ପା ବୃଥା

ଜଳାଅ ବିନିଦ୍ର ରାତ୍ର-ପ୍ରଦୀପ ସଳିତା ?

ଦେଖିଛି ପ୍ରଚ୍ଛନ୍ନେ ଦିନେ ନିୟତି ସଂହିତା :--

ଜୀବନ ତା' ବ୍ୟଙ୍ଗଭରା ବିଦ୍ରୂପ କବିତା ||-୫

 

ନିୟତିର କବିତା [The song of Destiny]

ଦ୍ଵିତୀୟ ଅଭିରୂପ [format-2]

ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ

ଶୀତ ବସନ୍ତ  ଦେଖି,

ବର୍ଷ ଯାକର ବେଦନାର ସ୍ଵର

କବିତା ଦେଇଛି ଲେଖି;

କଳାକାର କବି ଶିଳ୍ପୀ ନଟକ

ଚିତ୍ରକାରର ସ୍ଵେଦ,

ଦେଖିଛି ବୁଝିଛି ଲେଖିଛି କବିତା

ହେଉ ପଦେ ଦୁଇପଦ     ||-୧

ବାଉଁଶରାଣୀର ବାଳା, ଜାଦୁଗରୀ 

ଐନ୍ଦ୍ରଜାଲିକ ଖେଳ,

କୁକୁଡ଼ା ଲଢ଼େଇ ବାଜି ଖେଳ ଭିଡ଼,

ହାଟ ବାଟ ଜୁଆ ମେଳ,

ମଦିରାମଧୁର ମତ୍ତ ବିଭୋର 

ବାତୁଳ, କଳହରତ,

ସଭିଙ୍କ ନୟନେ ଗୋପନେ ଦେଖିଛି

ତପ୍ତ-ଶୋଣିତ ସ୍ରୋତ ||-୨

ଗୃହସ୍ଵାମୀ କୁଳରମଣୀ ଦେଖିଛି,

ସଧବା ବିଧବା ନାରୀ,

କିଶୋର ବାଳକ ବୃଦ୍ଧ ଯୁବକ

ଅର୍ଭକ ସୁକୁମାରୀ,

ପ୍ରେମପାଗଳିନୀ ବିରହିଣୀ ପୁଣି

ଅନୂଢ଼ା ଲାସ୍ୟା ବାଳା,

ତ୍ୟକ୍ତା ଯୋଷିତା ଗର୍ଭଧାରିଣୀ

କୁଳବଧୂ ନିଷ୍ଫଳା;             ||-୩

ଶ୍ରମିକ, ରାଷ୍ଟ୍ରରକ୍ଷକ, ପଦ-

ଧାରୀ, ଆକ୍ରୟକାରୀ,

ଅଧ୍ୟେତା, ପାଠକିନୀ, ଅଭିମାନୀ,

ଭକ୍ତ, ପୁଜନକାରୀ,

କାମାତୁର, କାମବାସନାମଗ୍ନା,

ସହଚର, ସହଚରୀ,

ସବୁରି ନେତ୍ରେ ଦେଖିଛି ଉଛୁଳା

ରୁଦ୍ଧ ଲୋତକ ବାରି        ||-

ନିସ୍ତାର ଲାଗି ସାଧୁଅଛ କେତେ,

ଗାଉଛ ଚାଟୁକ ଗାଥା,

ରାତ୍ରୀଦୀପରେ ଇନ୍ଧନ ଢାଳି

ନିଦ୍ରା ହାରୁଛ ବୃଥା;

ଗୋପନେ ପଢ଼ିଛି ଭାଗ୍ୟଦେବୀର

ଖାତାର ଲିଖନ ଖିଏ;

ଜୀବନ ସେଥିରେ ବିଦ୍ରୂପଭରା

ବ୍ୟଙ୍ଗ କବିତାଟିଏ            ||-୫


Rate this content
Log in